ବାପା ମା ଛେଉଣ୍ଡ ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ପ୍ରଣବ ପ୍ରକାଶ


ସମ୍ୱଲପୁର : ନେତାଙ୍କ ପାଇଁ ଜନତା ନୁହେଁ, ଜନତାଙ୍କ ପାଇଁ ନେତା । କିଛିଦିନ ତଳେ ଏକଥା କହିଥିବା ଜନପ୍ରିୟ ନେତା ପ୍ରଣବ ପ୍ରକାଶ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ସମ୍ବଲପୁରବାସୀଙ୍କ ସୁଃଖଦୁଃଖରେ ଛିଡାହେବାକୁ ଦେଇଥିବା ପ୍ରତିଶୃତିରେ ଛିଡା ହେଉଛନ୍ତି । ନେତା ଯେ କେବଳ ରାଜନୀତି କରିବ ତାହା ନୁହେଁ । ପ୍ରତି ମୁହୂର୍ତ୍ତରେ ଜନତାଙ୍କ ସାଥିରେ ରହିବା ନେତାର ଅସଲ ପରିଚୟ ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।
ମାନବିକତା ଦେଖାଇଲେ ପ୍ରଣବ ପ୍ରକାଶ । ବାପା ମା ଛେଉଣ୍ଡ ଶିଶୁଙ୍କୁ ସହଯୋଗର ହାତ ବଢାଇଲେ । ଗତ ୯ ତାରିଖ ଦିନ ପ୍ରଚାର ପାଇଁ ସମ୍ବଲପୁରର ବିହାରୀ ପଡାକୁ ଯାଇଥିବା ସମୟରେ ସେମାନଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ରାଣୀ କୁମାରୀ, ରାଗିନୀ କୁମାରୀ, ଚାହତ କୁମାରୀ ଓ ଅର୍ଣ୍ଣବ ସାହୁ । ଏହି ଚାରି ଭାଇଭଉଣୀ ଙ୍କର ବାପା ମା ସାଂସାର ଛାଡି ଚାଲିଯାଇଛନ୍ତି । ଚାରି ଶିଶୁଙ୍କ ବାପା ରବୀନ୍ଦ୍ର ପ୍ରସାଦଙ୍କ ଦେହାନ୍ତ ପୂର୍ବରୁ ହୋଇଥିବାବେଳେ ଗତ କିଛିଦିନ ତଳେ ମା ପୁନମ ଦେବୀଙ୍କ ଦେହାନ୍ତ ହୋଇଥିଲା । ବାପା ମା ଛେଉଣ୍ଡ ହେବା ପରେ ତାଙ୍କ ସର୍ମ୍ପକୀୟ ମାଉସୀ ଶୋଭାଦେବୀଙ୍କ ପାଖରେ ସେମାନେ ରହୁଛନ୍ତି । ଏକଥା ପ୍ରଣବ ପ୍ରକାଶ ଜାଣିବା ପରେ ନିଜକୁ ସମ୍ଭାଳିପାରିନଥିଲେ । ସମାଜସେବୀ ସିଦ୍ଧୁ ଶାହାଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କ ସହଯୋଗ କରିବାକୁ କହିଥିଲେ । ପ୍ରଣବ ପ୍ରକାଶଙ୍କ ନିବେଦନ କ୍ରମେ ସିଦ୍ଧୁ ଶାହା ଓ ତାଙ୍କର ଟିମ ବିହାରୀ ପଡା ଯାଇ ଶିଶୁ ମାନଙ୍କୁ ଭେଟିଥିଲେ । ସେମାନଙ୍କ ପାଠପଢା ଓ ଅନ୍ୟାନ୍ୟ ସୁବିଧା ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ଦୁଲାଲ ଚନ୍ଦ୍ର ରାୟ, ଭଗତ ଶର୍ମା, ଡଲି ସାହୁ, ଜିତୁ ଗଡଲି, ନମନ ସିଂ, ଟାଇଗର, ପିଣ୍ଟୁ, ରାଜା, ଶିବ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରଣବ ପ୍ରକାଶଙ୍କର ସହଯୋଗ ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମ୍ବଲପୁର ପାଇଁ ଏଭଳି ଜଣେ ଦରଦୀ ନେତା ଦରକାର ବୋଲି ଏବେ ଚାରିଆଡେ ଆଲେଚନା ହେଉଛି ।