ସମ୍ବଲପୁର:ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଧାମ ଶ୍ରୀକ୍ଷେତ୍ର ଧାମ । ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତୀ ସେଠି ବିରାଜିଛନ୍ତି କୋଟି ଜନତାଙ୍କୁ ଉଦ୍ଧାର କରିବା ପାଇଁ । କିଏ କେଉଁଠି କି ଯାଉଛି କି ନଯାଉଛି ପ୍ରଭୁ ଶ୍ରୀ ଜଗନ୍ନାଥ ସବୁ ଦେଖୁଛନ୍ତି । ସେବାୟତଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପ୍ରଭୁଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ସାରା ବିଶ୍ୱରେ ଆଦୃତ ହେଉଛି । ପୁରୀ ପରିକ୍ରମା ପ୍ରକଳ୍ପକୁ ନିନ୍ଦି ତାକୁ ବନ୍ଦ କରିବାକୁ ଉଦ୍ୟମ କରିବା ପରେବି ଯଦି ସେବାୟତମାନେ ଅସିଛନ୍ତି । ଅତିକମରେ ସେମାନଙ୍କ କଥା ଥରେ ହେଲେ ଭାବନ୍ତୁ ବୋଲି କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ।
ପୁରୀ ଶ୍ରୀ ମନ୍ଦିରରୁ ସେବାୟତମାନେ ସମ୍ବଲପୁର ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଶୀର୍ବାଦ କରିଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରକଳ୍ପକୁ ନେଇ ରାଜନୀତି କରୁଥିବା । ଏହାକୁ ଖରାପ ପ୍ରକଳ୍ପ ବୋଲି କହି ନିନ୍ଦା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ସେବାୟତମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଛନ୍ତି । ତେଣୁକରି ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଚେତନା ଦିଅନ୍ତୁ ଭକ୍ତଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିବା ପ୍ରକଳ୍ପକୁ ବିରୋଧ ନକରିବାକୁ । ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ତାଙ୍କ ସ୍ଥାନ କୋଟି ଓଡିଆ ଓ ବିଶ୍ୱବାସୀଙ୍କ ହୃଦୟରେ । ରାଜନୀତିର ସୀମାରେ ପ୍ରଭୁଙ୍କ ମହିମା କୁ ସଙ୍କୁଚିତ ନକରିବାକୁ ଲେନିନ୍ ମହାନ୍ତି ନିବେଦନ କରିଥିଲେ । ପ୍ରକାଶ ଯେ ଜଗନ୍ନାଥ ଧାମ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ବିରୋଧ କରୁଛନ୍ତି । ନିର୍ବାଚନୀ ପ୍ରସଙ୍ଗ କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । କୋଟିକୋଟି ଭକ୍ତଙ୍କ ଭଲପାଇଁ କରାଯାଇଥିବା ପ୍ରକଳ୍ପକୁ କେବଳ ରାଜନୀତି ପାଇଁ ଖରାପ ବୋଲି କହିବା କେଉଁ ଓଡିଆ ଅସ୍ମିତାର ପରିଚୟ ବୋଲି ସେ ପ୍ରଶ୍ନ କରିଛନ୍ତି । ପ୍ରଭୁଶ୍ରୀ ଜଗନ୍ନାଥ ସମସ୍ତଙ୍କ ପାଇଁ । ତେଣୁକରି ପ୍ରକଳ୍ପକୁ ବିରୋଧ କରିବା ପରିବର୍ତ୍ତେ ଏହାକୁ ଆହୁରି କେମିତି ଉନ୍ନତି କରାଯାଇପାରିବ ସେଦିଗରେ ଧ୍ୟାନ ଦିଅନ୍ତୁ ବୋଲି ଡ. ଲେନିନ୍ ମହାନ୍ତି ଆହ୍ୱାନ କରିଛନ୍ତି ।
ପରିକ୍ରମା ପ୍ରକଳ୍ପକୁ ବିରୋଧ ନକରିବାକୁ ଧର୍ମେନ୍ଦ୍ରଙ୍କୁ ପ୍ରଭୁ ଜଗନ୍ନାଥ ଚେତନା ଦିଅନ୍ତୁ- ଡ. ଲେନିନ୍ ମହାନ୍ତି
