Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ଆଜି ମୁଖ୍ୟମନ୍ତ୍ରୀ ଘୋଷଣା: ଜଣେ ମହିଳା ହେବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ବର :ବିଜେପି ଆଜି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ସ୍ପଷ୍ଟ କରିପାରେ ।ଏଭଳି ସୂଚନା ମିଳୁଥିବା ବେଳେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ସମ୍ଭାବନା ରହିଛି।
ଆଜି ସକାଳ ୯ଟାରେ ବିଜେପି କରୁଥିବା ସାମ୍ବାଦିକ ସମ୍ବିଳନୀରେ ଏହି ଘୋଷଣା ହେଉଥିବା ନେଇ ଆକଳନ କରାଯାଉଛି।ଏଦିଗରେ କିନ୍ତୁ ବିଜେପି କୌଣସି ସୂଚନା ଦେଇନଥିବା ବେଳେ ବିଜେପିର ମୁଖ୍ୟ ବିରୋଧି ଦଳ କୁହାଯାଉଥିବା ବିଜେଡି କିନ୍ତୁ ଏଭଳି ଆଶଙ୍କା କରି ସାମାଜିକ ଗଣମାଧ୍ୟମ
ଏକ୍ସରେ ଟୁଇଟ୍ କରିଛି।
ବିଜେଡିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏ ସଂପର୍କରେ ଆଗୁଆ ଟୁଇଟ କରି ଏଭଳି ସମ୍ଭାବନାକୁ ଚେତାଇଛନ୍ତି।ଏପରିକି ବିଜେପି ଜଣେ ମହିଳାଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରୁଥିବାରୁ ସମ୍ବିତ ଏଥିରେ ଖୁସୀ ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ