Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପ୍ରଶାସନ ଓ ହିଣ୍ଡାଲକୋ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର

ଜମନକିରା, ୧୬/୪: ଜମନକିରା ବ୍ଲକ କେନାଢ଼ିପା ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଶାସନ ଓ ହିଣ୍ଡାଲକୋ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ମୋଟ ୭୮୫ ଜଣ ରୋଗୀଙ୍କ ମାଗଣାରେ ଚିକିତ୍ସା କରାଯାଇଛି। ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶନାରେ ହୀରାକୁଦ ହିଣ୍ଡାଲକୋ ପକ୍ଷରୁ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା। ହିଣ୍ଡାଲକୋ କ୍ଳଷ୍ଟର ମୁଖ୍ୟ କୈଳାଶ ନାଥ ପାଣ୍ଡେ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ମାନବ ସମ୍ବଳ ମୁଖ୍ୟ କ୍ରୀଷ୍ଣା ପାଢ଼ୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ, ସିଏସଆର ସୁକାନ୍ତ ମହାପାତ୍ରଙ୍କ ସମେତ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଯୋଗଦେଇଥିଲେ। ମୁଖ୍ୟତଃ ଏହି ଶିବିରରେ ଭେଷଜ ୨୩୪, ସ୍ତ୍ରୀ ଓ ପ୍ରସୂତି ୨୯, ଶିଶୁ ୧୦୭, ଦନ୍ତ ୫୪, ଚକ୍ଷୁ ୯୬, ହୋମିଓ ପାଥିକ ୬୭, ଆୟୁର୍ବେଦ ଆଦି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ମାଗଣାରେ ମୋଟ ୭୮୫ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ଏଥିରେ ବ୍ଲକ ପ୍ରଶାସନର ଏପିଓ ମନୋଜ କୁମାର ଭୋଇଙ୍କ ସମେତ ବହୁ କର୍ମଚାରୀ ସହଯୋଗ କରିଥିବା ବେଳେ ବିଡ଼ିଓ ପ୍ରସନ୍ନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।