Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ମଝିପଡ଼ା ୮ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ ନିର୍ବାଚନୀ ସଭା

ସୁବର୍ଣ୍ଣପୁର( ରାଜ କିଶୋର ତ୍ରିପାଠୀ )ଆଗାମୀ ସଧାରଣ ନିର୍ବାଚନକୁ ନେଇ ସୋନପୁର ମଝିପଡା ୮ ନମ୍ବର ୱାର୍ଡରେ ଆଜି ଅପରାହ୍ନରେ ଏକ ମହିଳା ସମାବେଶ ତଥା ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ପୌର ଅଧ୍ୟକ୍ଷ କଇରୁ ସ୍ବାଇଁ, ବିଜେଡ଼ିର ଟାଉନ ସଭାପତି ଜନ୍ମଜୟ ପାତ୍ର, ୱାର୍ଡ କାଉନସିଲର ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୁଷ ପଣ୍ଡା ଯୋଗ ଦେଇଥିଲେ। ଏବଂ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ମାଧ୍ୟମରେ ଯୋଗାଇଥିବା ବିନା ସୁଧରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ, ୧୦ ଲକ୍ଷ ଟଙ୍କାର ବିଏସକେୱାଇ ଯୋଜନାର ସ୍ବାସ୍ଥ୍ୟବୀମା ସେବା ଓ ଜନ୍ମ ରୁ ମୃତ୍ୟୁ ଯାଏ ଲାଗୁ କରିଥିବା ସମସ୍ତ ଯୋଜନା ଉପରେ ସୁଚନା ପ୍ରଦାନ କରିଥିଲେ। ଆଗମୀ ଦିନରେ ୮ ନମ୍ବର ୱାର୍ଡର ସର୍ବାଙ୍ଗୀନ ବିକାଶ କରି ଏହି ୱାର୍ଡ଼କୁ ଗୋଲ୍ଡେନ ୱାର୍ଡରେ ପରିଣତ କରିବା ପାଇଁ କାଉନସିଲର ପୀୟୁଷ ପଣ୍ଡା ମତ ରଖିଥିଲେ। ସେଥିପାଇଁ ୱାର୍ଡର ଯୁବ ଗୋଷ୍ଠୀଙ୍କୁ ନେଇ ବନ୍ୟା ବାତ୍ୟା ଓ ଲୋକଙ୍କ ଦୁଃଖ ସୁଖରେ ତଥା ସାମାଜିକ କାର୍ଯ୍ଯରେ ସବୁ ସମୟରେ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛି ବୋଲି କହିଥିଲେ। ଯାହାକି ବିଗତ ପୌର ନିର୍ବାଚନରେ ଆପଣ ମାନଙ୍କ ଆଶୀର୍ବାଦରେ ଦଳକୁ ବିପୁଳ ବିଜୟ କରିବାରେ ଓ ସର୍ବାଧିକ ବ୍ୟବଧାନରେ ବିଜୟୀ କରାଇ ଆମ ୮ ନମ୍ବର ୱାର୍ଡକୁ ଚମ୍ପିଅନ କରିବାରେ ଆପଣଙ୍କ ଅବଦାନ ତାରି ଜ୍ୱଳନ୍ତ ପ୍ରମାଣ ବୋଲି କହିଥିଲେ। ଆଗମୀ ନିର୍ବାଚନରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଉଭୟଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ବିପୁଳ ବିଜୟ କରାଇ ଏଇ ବିକାଶ ଧାରାକୁ ଜାରି ରଖିବାକୁ ମଞ୍ଚାସିନ ନେତ୍ରୁମଣ୍ଡଳୀ ମତ ରଖିଥିଲେ। ସଭାକୁ ଯୁବ ସଙ୍ଗଠକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ସନ୍ତୋଷ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ