Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁମାଛି ଆକ୍ରମଣରେ ପଣ୍ଡିତ ଅନନ୍ତ ରାମ ମିଶ୍ର ଗୁରୁତର ଆହତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଥିବା କିଡ୍ସ ଇଂଲିଶ ମିଡିୟମ ସ୍କୁଲ କାନ୍ଥରେ ଦୀର୍ଘ ମାସରୁ ବସା ବାନ୍ଧି ରହିଥିବା ମହୁ ଫଣାର ମହୁମାଛି କିଛି ଦିନ ହେବ ଅଶାନ୍ତ ହୋଈ ଆଜି ଉଗ୍ରରୂପ ଧାରଣ କରିଛନ୍ତି। ଆଜି ସକାଳୁ ପାଖରେ ଚା ଦୋକାନ କରିଥିବା ମାଲିକ ଦୀପ୍ତି ମିଶ୍ର ଓ ତାଙ୍କ ବାପାଙ୍କ ସମେତ ରାସ୍ତା ରେ ଯାଉଥିବା ଅନେକ ଯାତ୍ରୀଙ୍କୁ ୨୦୦ ରୁ ଉର୍ଦ୍ଧ୍ବ ବାଘ ମହୁ ମାଛି ଆକ୍ରମଣ କରିଥିବା ଜଣାଯାଇଛି। ଦୀପ୍ତି ଓ ଅନେକ ଲୋକ ସାମାନ୍ୟ ଆହତ ହୋଇଥିବା ବେଳେ ଦୀପ୍ତିଙ୍କ ବାପା ପଣ୍ଡିତ ଅନନ୍ତ ମିଶ୍ର ଗୁରୁତର ଅସୁସ୍ଥ ହୋଇ ମୁଖ୍ୟ ଡ଼ାକ୍ତରଖାନାରେ ଆଜି ସକାଳେ ଚିକିତ୍ସିତ ହେଉଥିବା ଖବର ମିଳିଛି। ଗତ ଗୁରୁବାର ମଧ୍ୟ ଏହି ସ୍ଥାନରେ ମହୁମାଛି ଆକ୍ରମଣରେ ପତିପତ୍ନୀ ଆହତ ହୋଇଥିବା ଓ ମହିଳା ଙ୍କ କାନଫୁଲ ହଜିଯାଇଥିବା ଜଣାପଡିଛି। ସ୍କୁଲ ଉପର ମହଲାର ବାମ ପାଖ କାନ୍ଥ ଝରକାରେ ଦୀର୍ଘ ମାସ ହେବ ଏ ମହୁଫେଣା ବସା ବାନ୍ଧି ଥିବା ଯୋଗୁଁ ସ୍କୁଲ ପିଲା ଅଭିଭାବକ ଓ ପାଖ ଆଖ ଦୋକାନ ବଜାର ଲୋକେ ଅସୁରକ୍ଷିତ ମଣୁଛନ୍ତି। ଘର ମାଲିକ ଓ ସ୍କୁଲ ଡାଇରେକ୍ଟରଙ୍କୁ ପାଖ ଦୋକାନ ମାଲିକ ଓ କିଛି ସମାଜସେଵୀ ଏ ବିଷୟ ରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଆଦୌ କର୍ଣ୍ଣପାତ କରୁ ନ ଥିବା ଜଣାଯାଇଛି। ଖବରରୁ ପ୍ରକାଶ ଯେ ଦୀର୍ଘ ଦିନରୁ ଖୋଦ୍ ଜିଲ୍ଲାପାଳଙ୍କ ଅଫିସ୍ ଭିତରେ ଗାଡ଼ି ପାର୍କିଂ ସ୍ଥଳ କାନ୍ଥରେ ଓ ସୁବର୍ଣ୍ଣପୁର ଇଷ୍ଟଦେବ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ଆଗରେ ଥିବା ଗଛରେ ଅନେକ ମହୁ ଫେଣା ଥିବାରୁ ଲୋକେ ଅସୁରକ୍ଷିତ ମଣୁଥିବା ଜଣାଯାଇଛି। ଏ ନେଇ ଜିଲ୍ଲା ବୁଦ୍ଧଜୀବୀମାନେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡା ବୋଲି ମତପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ