Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶମ ଓ ଦ୍ଵାଦଶ ସିବିଏସଇ ପରୀକ୍ଷାରେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ କମାଲ ଦେଖାଇଥିବା ବେଳେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବେଶ ସଫଳତାର ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଅଣଶିକ୍ଷକ କର୍ମଚାରୀ ମାନଙ୍କ ଭିତରେ ଖୁସିର ମାହୋଲ ଦେଖାଦେଇଛି। ଦଶମ ପରୀକ୍ଷାରେ ଅନ୍ୱୟ ଅନୁରାଗ ତିୱାରୀ ୪୮୭ ମାର୍କ ସହ ୯୭.୪ ପ୍ରତିଶତ ରଖି ଜିଲ୍ଲା ଟପ୍ପର ହୋଇଥିବା ବେଳେ ସ୍କୁଲରେ ଏକାଂଶି ସାହୁ ୯୪.୪ ପ୍ରତିଶତ ପାଇ ଦ୍ବୀତିୟ ଓ ସ୍ଵୟଂ ସମ୍ପୂର୍ଣ୍ଣା ପାଣିଗ୍ରାହୀ ୯୩.୮ ପ୍ରତିଶତ ମାର୍କ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ସ୍କୁଲ୍ ର ଦ୍ବାଦଶ ଶ୍ରେଣୀରେ ସ୍ପନ୍ଦନ ବିକାଶ ଘଡେଇ ୯୫.୨ ପ୍ରତିଶତ ମାର୍କ ରଖି ପ୍ରଥମ, ଓଁକାର ପଣ୍ଡା ୯୨.୪ ପ୍ରତିଶତ ମାର୍କ ରଖି ଦ୍ବିତୀୟ ଓ ସାନିଆ ବାଗ୍ ୮୭.୦ ପ୍ରତିଶତ ମାର୍କ ରଖି ତୃତୀୟ ହୋଇଛନ୍ତି। ଏବଂ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ର ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଅଭିଭାବକ ମଣ୍ଡଳୀ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସମସ୍ତ ଅଣଶିକ୍ଷକ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଶମ ଜିଲ୍ଲା ଟପ୍ପର ହୋଇଥିବା ଅନ୍ବୟଙ୍କ ମା ସୁମତି ତ୍ରିପାଠୀ ପୂର୍ବରୁ ସୋନପୁର ଅବକାରୀ ଅଧୀକ୍ଷକ ଥିବା ବେଳେ ଏବେ ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ଓ ବାପା କରୁଣା ଶଙ୍କର ତିୱାରୀ ନୟାଗଡ଼ ଅବକାରୀ ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହେବାକୁ ସେ ଲକ୍ଷ୍ୟ ରଖିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ ତାଙ୍କର ସଫଳତାର ଶ୍ରେୟ ମା, ବାପା ଓ ଶିକ୍ଷକଙ୍କୁ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ