Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ଶିକ୍ଷକଙ୍କ ଉପରେ ମାଡିଗଲା ବସ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ନିର୍ବାଚନ ସାରି ଫେରୁଥିବା ଜଣେ କର୍ମଚାରୀଙ୍କୁ ବସ୍ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମାଥିଲି ଥାନା ଅନ୍ତର୍ଗତ ତମୁଗୋଡ଼ା ନିକଟରେ ଦୁର୍ଘଟଣା ଘଟିଛି । ମୃତ ଶିକ୍ଷକ ଜଣଙ୍କ ହେଲେ ଖଇରପୁଟ ଏମ ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ ।
ଗତକାଲି ଇନ୍ଦ୍ରଜିତ ନିର୍ବାଚନ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ । ତମୁଗୋଡ଼ା ନିକଟରେ ଶିକ୍ଷକଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା । ଇନ୍ଦ୍ରଜିତ ଛିଟିକି ତଳେ ପଡ଼ିଯାଇଥିଲେ । ତାଙ୍କ ଉପରେ ବସ୍‌ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।