Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗାଁ ଗାଁରେ ପାଣି ପାଇଁ ହାଆକାର,ଫ୍ୟାକ୍ଟ୍ରିକୁ ପଞ୍ଚାୟତ ଯୋଗାଉଛି ଟ୍ୟାଙ୍କର ପାଣି

ସମ୍ବଲପୁର,(ଜୟନ୍ତପୁର):ଚଳିତ ନିର୍ବାଚନରେ ପ୍ରତି ଗାଁରେ ଗୋଟିଏ ଦାବିର ସ୍ୱର ତୀକ୍ଷ୍ଣ କଣ୍ଟକ ପରି ୨୪ ବର୍ଷର ସରକାରକୁ ଘାରିଛି।ତେବେବି ଚେତିନି ଗାଁ ସରକାର।ଏଭଳି କିଛି ନ୍ୟସ୍ତ ସ୍ୱାର୍ଥଙ୍କ ସରକାର ମୁଣ୍ଡେଇଛି ଦୋଷ।ଏଭଳି ଏକ ଜ୍ୱଲନ୍ତ ଉଦାହରଣର ନଗ୍ନ ନମୁନା ଦେଖିବାକୁ ମିଳିଛି ଯୁଯୋମୁରା ବ୍ଲକ୍ ଜୟନ୍ତପୁର ଗ୍ରାମ ପଞ୍ଚାୟତରେ।
ଏ ମୋବାଇଲରୁ ସେ ମୋବାଇଲକୁ ଡେଉଁଥିବା ଏକ ଭାଇରାଲ ଭିଡିଓ ସରକାରୀ କଳର ଅସଲ କମ୍ପାନୀ ପ୍ରିତିକୁ ଧରାପକାଇ ଦେଇଛି।ଏବେ ଗାଁ ଗାଁରେ ପାନୀୟ ଜଳକୁ ନେଇ ହାଆକାର ପଡିଛି। ନିର୍ବାଚନ ପ୍ରଚାରର ସବୁ ରାଜନୈତିକ ଦଳର ନିର୍ବାଚନୀ ସଭାଗୁଡିକରେ ଗାଁ ଲୋକଙ୍କ ଗୋଟିଏ ମାତ୍ର ଅଭିଯୋଗ ପାନୀୟ ଜଳର ଘୋର ଅଭାବ।ସେହିଭଳି ଅଭିଯୋଗ ଜୟନ୍ତପୁର ପଞ୍ଚାୟତରେ ଥାଇ ମଧ୍ୟ ଗ୍ରାମବାସୀଙ୍କ ମୌଳିକ ଦାବିକୁ ଆଖିମୁଜି ଦେଇ ଗାଁକୁ ପାଣି ପହଞ୍ଚାଇବା ବଦଳରେ କମ୍ପାନୀ ପ୍ରିତିରେ ପଞ୍ଚାୟତ ଦେଇଛି ବଡ ଗୁରୁତ୍ୱ।ଏଭଳି ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ପଞ୍ଚାୟତ ନିକଟସ୍ଥ ଏକ କମ୍ପାନୀ ଭିତରେ।ଇଂ ରୋହୀତ ପୂଝାରୀଙ୍କ ବିଧାୟକ ପାଣ୍ଠିରୁ ପଞ୍ଚାୟତକୁ ଯୋଗାଇ ଦିଆଯାଇଥିବା ପାଣି ଟ୍ୟାଙ୍କର ରୁ କମ୍ପାନୀ ପାଇଁ ଆବଶ୍ୟକ ଟ୍ୟାଙ୍କରକୁ ପାଣି ଦିଆଯାଉଥିଲା। ଏଭଳି ଅଭିଯୋଗରେ ବିଡିଓ ବିଜୟ ସାଏ ପ୍ରତିକ୍ରିୟାରେ କହିଛନ୍ତି ଯେ,ଏହା ହେବା କଥା ନୁହେଁ ଏ ଦିଗରେ କଣ ହୋଇଛି ଦେଖୁଛି କହିଛନ୍ତି।ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ୍ ଅଭିଯୋଗକୁ ଖଣ୍ଡନ କରି କୌଣସୀ ବ୍ୟବସାୟିକ ସଂପର୍କ ରଖି କମ୍ପାନୀ କୁ ଜଳ ଦିଆଯାଉନାହିଁ । ପଞ୍ଚାୟତର ଅଜ୍ଞାତରେ ହୋଇଥିବାରୁ ବର୍ତ୍ତମାନ ଠାରୁ ଏହାକୁ ବନ୍ଧ କରାଯାଇଥିବା ସେ କହିଛନ୍ତି।
ଭାତ ହାଣ୍ଡିରୁ ଗୋଟିଏ ପରି ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ପାଣି ଟ୍ୟାଙ୍କର ଦୁରୁପଯୋଗ ହେଉଥିଲେ ସୁଦ୍ଧା ଏହି ଟ୍ୟାଙ୍କର ରୁ ପଞ୍ଚାୟତ ପାଣ୍ଠି ସଂଗ୍ରହ କରିବାରେ ବହୁ ସରପଞ୍ଚ୍ ବିଫଳ ହୋଇଛନ୍ତି।