ଶ୍ରୀଜଗନ୍ନାଥ ଙ୍କୁ ବି ଭୟ ନାହିଁ ବିଜେଡି ବାଲାଙ୍କ ଭୁଲ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖିବା ବନ୍ଦ କରନ୍ତୁ – ଡ଼.ପ୍ରମୋଦ ରଥ


ସମ୍ବଲପୁର:ଚଳିତ ସାଧାରଣ ନିର୍ବାଚନ ରେ ରାଜ୍ୟ ରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ପାନୀୟ ଜଳ, ଦୁର୍ନୀତି ଭ୍ରଷ୍ଟାଚାର ସହିତ କୋଟି ଜନତା ଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ମଧ୍ୟ ଟାଣିବାକୁ ରାଜନୈତିକ ଦଳ ପଛେଇ ନାହାଁନ୍ତି । ଶ୍ରୀ ଜଗନ୍ନାଥ ଙ୍କ ଭଳି ଏକ ଭାବନାତ୍ମକ ଓ ସମ୍ବେଦନଶୀଳ ପ୍ରସଙ୍ଗ ଆଜି ରାଜ୍ୟ ରାଜନୀତି ର କେନ୍ଦ୍ର ରେ । ନିର୍ବାଚନ ଆରମ୍ଭ ରୁ ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ପରିକ୍ରମା, ନବକଳେବର ବ୍ରହ୍ମ ବିଭ୍ରାଟ, ରତ୍ନ ଭଣ୍ଡାର ଚାବି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜନୈତିକ ସଭାର ଭାଷଣ ଓ ଗଣମାଧ୍ୟମ ର ଖବର ପ୍ରସାରଣ ପ୍ରକାଶନ ରେ ସ୍ଥାନ ପାଇଛି ।
ଗତ ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ରେ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ଯେ କେନ୍ଦ୍ର ର ମୋଦୀ ସରକାର ୨୦୧୫ ରେ ଶ୍ରୀଜଗନ୍ନାଥ ଙ୍କ ନବକଳେବର ପାଇଁ ୫୦ କୋଟି ଟଙ୍କା ଦେଇଥିଲେ ।
ଏହାକୁ ନେଇ ଗତକାଲି ବିଜେଡି ର ନେତା ଭି.କାର୍ତ୍ତିକେୟନ ପାଣ୍ଡିଆଁନ ଏକ ଭିଡିଓ ଜରିଆରେ ଖଣ୍ଡନ କରି କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ମିଛ କହୁଛନ୍ତି । ରାଜ୍ୟ ସରକାର ଙ୍କୁ ୧୦ କୋଟି ଟଙ୍କା ମିଳିଛି ଓ ଆମେ ସେଥିରୁ ୬.୯୨ କୋଟି ହାଜାର ଟଙ୍କା ଖର୍ଚ୍ଚ କରିଛୁ ।
ଏହାକୁ ଆଜି ବିଜେପି ପକ୍ଷରୁ ଖଣ୍ଡନ କରାଯାଇ ସାମ୍ବାଦିକ ସମ୍ମିଳନୀ ରେ ତଥ୍ୟଭିତ୍ତିକ ଉତ୍ତର ରଖା ରଖା ଯାଇଛି । ବିଜେପି ର ବରିଷ୍ଠ ନେତା ଡ଼.ପ୍ରମୋଦ ରଥ କହିଛନ୍ତି ଯେ..
କେନ୍ଦ୍ର ମୋଦୀ ସରକାର ଙ୍କର ପ୍ରସାଦ ଯୋଜନା ରେ ଶ୍ରୀଜଗନ୍ନାଥ ଙ୍କ ନବକଳେବର ପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୦୧୫ ରେ ୧୦ କୋଟି ଟଙ୍କା ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ, ଅତି ଦୁଃଖ ର କଥା ଯେ ଆଜି ମଇ ୨୦୨୪ ଯାଏଁ ରାଜ୍ୟ ସରକାର ଉକ୍ତ ପାଣ୍ଠି ର ବ୍ୟବହାର୍ଯ୍ୟ ପ୍ରମାଣପତ୍ର (Utilisation Certificate) ପ୍ରଦାନ କରି ପରି ନାହାଁନ୍ତି କିମ୍ବା ଯୋଜନା ପାଣ୍ଠି ର ପରବର୍ତ୍ତୀ କିସ୍ତି ପାଇଁ କୌଣସି ଅନୁରୋଧ କରି ନାହାଁନ୍ତି । ଆମର ଶାସନ ବ୍ୟବସ୍ଥା ରେ ଆର୍ଥିକ ଅନୁଦାନ ର ପାଣ୍ଠି ର ପ୍ରଦାନ ର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ହେଲେ ଆମଦାନୀ ଗୁମାସ୍ତା ଙ୍କ ଦ୍ୱାରା ପରିଚାଳିତ ରାଜ୍ୟ ସରକାର କୌଣସି ପ୍ରକାର ବିଧିବ୍ୟବସ୍ଥା କୁ ମାନିବାକୁ ନାରାଜ । କେନ୍ଦ୍ରୀୟ ଅନୁଦାନ କେଉଁଠି କେମିତି ଖର୍ଚ୍ଚ କଲେ ତାର ସବିଶେଷ ବିବରଣୀ ଅର୍ଥାତ ବିବରଣୀ ବ୍ୟବହାର୍ଯ୍ୟ ପ୍ରମାଣ ପତ୍ର ନେବାରେ ଅମଙ୍ଗ । ବିଜେଡି ପରାଜୟ ର ଭୟ ରେ ଭୟଭୀତ ହୋଇ ବର୍ତ୍ତମାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନେଇ ଯେଭଳି କୁତ୍ସିତ ରାଜନୀତି କରୁଛି ତାହା ଯେତିକି ନିନ୍ଦନୀୟ ସେତିକି ଧର୍ମ ବିରୋଧୀ କାର୍ଯ୍ୟ ଅଟେ । ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଭଳି ଏକ ଭାବନାତ୍ମକ ଓ ସମ୍ବେଦନଶୀଳ ପ୍ରସଙ୍ଗ ରେ ଭୁଲ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖି ରାଜ୍ୟବାସୀ ଙ୍କ ଭାବନା ସହିତ ଖେଳ ଖେଳିବା ବନ୍ଦ କରନ୍ତୁ ।