Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ୍ତାହିକ ହାଟରୁ ପୁଣି ମୋବାଇଲ ଚୋରି..କିଛିଦିନର ନିରବତା ପରେ ଚୋରି ରାକେଟ୍ ପୁଣି ସକ୍ରୀୟ..

ଲକ୍ଷ୍ମୀପୁର : କିଛି ଦିନର ନିରବତା ପରେ ପୁଣି ଲକ୍ଷ୍ମୀପୁର ସାପ୍ତାହିକି ହାଟରୁ ଆରମ୍ଭ ହୋଇଛି ଚୋରି।ହାଟରେ ମୋବାଇଲ୍ ଚୋରି କରିବା ସକାଶେ ଏକ ସ୍ବତନ୍ତ୍ର ରାକେଟ୍ ଥିବା ଅନୁମାନ କରାଯାଉଛି। ଲକ୍ଷ୍ମୀପୁର ସାପ୍ତାହିକ ହାଟରେ ଏବେ ଚୋରି ବୃଦ୍ଧି ପାଉଛି।ଅଧିକାଂଶ ସାପ୍ତାହିକି ହାଟ ଦିନରେ ହିଁ କାହାର ନା କାହାର ମୋବାଇଲ ପକେଟ ମାର ହେଉଥିବା ବେଳେ ଗତକାଲି ର ଶନିବାର ଦିନ ପୁଣି ଦୁଇ ଜଣଙ୍କ ମୋବାଇଲ ଚୋରି ହୋଇଥିବା ଜଣା ପଡିଛି।ବ୍ୟବସାୟୀ ହିରନ୍ୟ ସାହୁ ଓ ଜଣେ ଆଦିବାସି ଯୁବକ ର ପକେଟ ମାର ହୋଇଥିବା କୁହାଯାଇଛି।ଉଭୟଙ୍କର ଦାମିକିଆ ମୋବାଇଲ ହୋଇଥିବା ଜଣା ପଡିଛି।ଏନେଇ ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ଲକ୍ଷ୍ମୀପୁର ଥାନାର ଦ୍ଵାରସ୍ଥ ହୋଇ ମୋବାଇଲ ହଜିଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିବା ବେଳେ ଅନ୍ୟଜଣେ ଅଭିଯୋଗ କରି ନାହାନ୍ତି।ପ୍ରକାସ ଥାଉକି ଡିସେମ୍ବର ମାସ ରେ ଦୁଇ ଦୁଇ ଥର ବିଶ୍ବନାଥ ସାହୁଙ୍କ ମୋବାଇଲ ହାଟରେ ଚୋରି ହୋଇ ଥିଲା।ବିଶେଷ କରି ସାପ୍ତାହିକି ହାଟରେ ପରିବା କିଣିବା ସମୟରେ ଗ୍ରାହକ ବ୍ୟସ୍ତ ରେ ରହିଥିବା ସୁଯୋଗ ଦେଖି ପକେଟ୍ ମାର୍ କରୁଥିବା ଜଣାପଡିଛି।ଚୋରି ରାକେଟ୍ ର ସଦସ୍ୟ ଗୋଟାଏ ସପ୍ତାହରେ ଚୋରି କରିଥିଲେ ପ୍ରାୟ ମାସେ କିମ୍ବା ଦୁଇମାସ ପର୍ଯ୍ୟନ୍ତ ଆଉ ସେହି ହାଟକୁ ଆସନ୍ତିନାହିଁ,ତେଣୁ ପରବର୍ତି ହାଟରେ ପୋଲିସ୍ ହାଟକୁ ଗଲେ ମଧ୍ୟ କୌଣସି ସୁରାକ୍ ପାଇନଥାଏ।ଏହି ଘଟଣା ପୁର୍ବରୁ ଅନେକ ଲୋକଙ୍କ ମୋବାଇଲ ହାଟରୁ ପକେଟ ମାର ହୋଇ ଚାଲି ଜାଇଥିବା ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରା ଜାଇଥିଲେ ମଧ୍ୟ ଆଜି ଜାଏଁ କୌଣସି ମୋବାଇଲ ଉଧାର ହୋଇ ନଥିବା ଜଣାପଡିଛି।ମୋବାଇଲ ଚୋର ଧରାପଡୁନଥିବା କାରଣରୁ ଯେଉଁ ଲୋକ ମାନଙ୍କର ମୋବାଇଲ ଚୋରି ହେଉଛି ସେମାନେ ଥାନାକୁ ଜିବା ପରିବର୍ତେ ମିଳୁତ ନାହିଁ କାହିଁକି ଥାନାରେ ଯିବୁ କହି ଚୁପଚାପ ରହି ଜାଉଛନ୍ତି।ଲକ୍ଷ୍ମୀପୁର ଥାନା ତରଫରୁ ସାପ୍ତାହିକ ହାଟରେ ପୋଲିସ କର୍ମିଙ୍କୁ ନିୟୋଜିତ କରି ଏଭଳି ଚୋରି ରାକେଟ୍ ଙ୍କ ଉପରେ ନଜର ରଖି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।