ମୋଦୀ ଜୀ ଦେଇଥିବା ଗୁରୁଦାୟିତ୍ବ ହିଁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପରିପକ୍ଵତା ଓ ପ୍ରତିବଦ୍ଧତା ର ପ୍ରମାଣ ପତ୍ର – ମାନସ ବକ୍ସି


ସମ୍ବଲପୁର:ବିଜେଡି ମୁଖପାତ୍ର ଡ଼.ଲେନିନ ମହାନ୍ତିଙ୍କ ପ୍ରେସ ବିଜ୍ଞପ୍ତି ବିଜେଡିର ମହିଳାଙ୍କ ପ୍ରତି ସମ୍ମାନ ର ଫମ୍ପା ସ୍ଲୋଗାନର ପୋଲ ଖୋଲି ଦେଇଛି।ଏହା କହିଛନ୍ତି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି । ଡ଼.ଲେନିନ ଙ୍କ ପ୍ରେସ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ଧର୍ମପତ୍ନୀ ମୃଦୁଲା ଠାକୁର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ବିଷୟ ରେ ଯାହା ଉଲ୍ଲେଖ କରିଛନ୍ତି ସେଥିରୁ ତାଙ୍କର ଅପରିପକ୍ଵତା ଓ ବାଚଲାମି କୁ ପ୍ରଦର୍ଶିତ କରୁଛି ବୋଲି ଶ୍ରୀ ବକ୍ସି କହିଛନ୍ତି ।
ଶ୍ରୀ ବକ୍ସି ତାଙ୍କର ପ୍ରେସ ବାର୍ତ୍ତା ରେ କହିଛନ୍ତି ଯେ…
ଏମାନଙ୍କ ଭୋକ ବିକଳରେ ତାଟିଆ କାମୁଡିବା ଅବସ୍ଥା ଆସିଗଲାଣି । ଯାହା ରାଜନୈତିକ ଆକ୍ଷେପ କଲ କିନ୍ତୁ ଏତେ ତଳକୁ ଖସି ଗଲେ ଯେ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ଓ ମହିଳା ସାଂସଦ ଙ୍କୁ ଆକ୍ଷେପ କରିବାକୁ ପଛାଇଲେନି । ଲାଗୁଛି , ତାମିଲ ଗୁମାସ୍ତା ନିଜ ଧର୍ମପତ୍ନୀଙ୍କ ସହାୟତାରେ ମିଶନ ଶକ୍ତି ନାଁ ରେ ଯେଉଁ ସବୁ କଳା କାରନାମା ଓ ରାଜସ୍ବ ଲୁଣ୍ଠନ କରୁଥିଲେ, ସେଥିରେ ରୋକ ଲାଗିବାରୁ ଆଜି ନିଜ ଭଡାଟିଆ ଙ୍କ ଦ୍ଵାରା ଏଭଳି କପୋଳ କଳ୍ପିତ କାହାଣୀ ଯାହାର କିଛି ଭିତ୍ତି ଭୂମି ନାହିଁ ସେ ସବୁ ପାଗଳଙ୍କ ଭଳି ପ୍ରଳାପ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ କେତେ ପରିପକ୍ୱ, ବୁଦ୍ଧିମାନ ଓ ପରିଶ୍ରମୀ ଯେ ତାର ପ୍ରମାଣ ବିଜେଡି ଠୁଁ ଆବଶ୍ୟକ ନାହିଁ । ଦେଶ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଳି ଜଣେ ବିଶ୍ୱ ସ୍ତରୀୟ ନେତା ତାଙ୍କ ମନ୍ତ୍ରୀ ମଣ୍ଡଳ ରେ ଲଗାତାର ଭାବେ ଦଶ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଉଜ୍ବଲା ଯୋଜନା ଓ ଜାତୀୟ ଶିକ୍ଷା ନୀତି ଭଳି ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ପରିକଳ୍ପନା କୁ ସଫଳ ରୂପାୟନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଚୟନ କରିଛନ୍ତି । ବିଜେପି ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନେ ବିଭିନ୍ନ ସମୟରେ ବଡ଼ ବଡ଼ ରାଜ୍ୟ ରେ ନିର୍ବାଚନ ସମୟ ରେ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦାୟିତ୍ୱ ଦେଇଛନ୍ତି ଓ ସେ ସଫଳତା ର ସହ ତାକୁ କାର୍ଯ୍ୟାନ୍ୟୟନ କରିଛନ୍ତି । ଆନ୍ତର୍ଯ୍ୟାତିକ କ୍ଷେତ୍ର ରେ ମଧ୍ୟ ଦେଶ ର ଅନେକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ ବୈଦେଶିକ ବୈଠକ ରେ ଭାରତ ର ପ୍ରତିନିଧିତ୍ୱ କରିଛନ୍ତି । ତେଣୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ କାର୍ଯ୍ୟଦକ୍ଷତା ଓ ବୁଦ୍ଧିମତ୍ତା କେତେ ଯେ ତାହା କେବଳ ଦେଶବାସୀ ନୁହେଁ ସମଗ୍ର ବିଶ୍ୱ କୁ ଜଣା ।
ଆଉ ରହିଲା କଥା ମୃଦୁଲା ଠାକୁର ପ୍ରଧାନ ଓ ସାଂସଦ ଆରାଜିତା ଷଡ଼ଙ୍ଗୀ ଙ୍କର ଓଡ଼ିଆ ହେବା କଥା ଡ଼.ଲେନିନ ମହାନ୍ତି ଙ୍କୁ ତାହାର ଉତ୍ତର ବର୍ଣ୍ଣନା କରିବାକୁ ମୋତେ ଲାଜ ଲାଗି ଯାଉଛି । ଡ଼.ଲେନିନ ମହାନ୍ତି ବୋଧେ ଆମ ହିନ୍ଦୁ ଅଥବା ଓଡ଼ିଆ ପରମ୍ପରା ବିଷୟ ରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଅଟନ୍ତି । ଆମର ସଂସ୍କୃତି ପରମ୍ପରା ସାମାଜିକ ରୀତିନୀତି ଅନୁସାରେ କୌଣସି ବି କନ୍ୟା ବାହା ହୋଇ ଶାଶୁ ଘର କୁ ଆସିଲା ପରେ ଶାଶୁ ଘର ର ପିତୃ ପୁରୁଷ ଙ୍କୁ ପିଣ୍ଡ ଦେଇ ସେଇ ବଂଶ ଓ ଗୋତ୍ର ରେ ସାମିଲ ହୋଇଯାନ୍ତି । ଏହା ସହିତ ଶାଶୁ ଘର ର ସାଜ୍ଞା କୁ ବ୍ୟବହାର କରି ନିଜର ନାମ କୁ ପରିବର୍ତ୍ତନ କରିଥାନ୍ତି । ତେଣୁ ମୃଦୁଲା ଠାକୁର ପ୍ରଧାନ ଓ ସାଂସଦ ଅପରାଜିତା ଓଡ଼ିଆ ଘର ର ବୋହୁ ହେଇ ସମ୍ପୂର୍ଣ୍ଣ ଓଡ଼ିଆ ଅଟନ୍ତି । କିନ୍ତୁ ପୁରୁଷ କ୍ଷେତ୍ର ରେ ତାହାର ବ୍ୟତିକ୍ରମ ଘଟିଥାଏ ଓ ସେମିତି ପୁରୁଷକୁ ଘର ଜ୍ୱାଇଁ ବୋଲି କୁହା ହୋଇଥାଏ । ଘର ଜ୍ୱାଇଁ କେବେ ହେଲେ ଶ୍ୱଶୁର ଘର ର ଗୋତ୍ର ରେ ମିଶି ନଥାଏ କିମ୍ବା ଶ୍ୱଶୁର ଘର ର ସାଜ୍ଞା କୁ ବ୍ୟବହାର କରି ନଥାଏ । ତେଣୁ ଭି କାର୍ତ୍ତିକେୟାନ ପାଣ୍ଡିଆନ କେବେ ବି କାର୍ତ୍ତିକ ରାଉତ ହୋଇ ପାରିବେ ନାହିଁ ବରଂ ସେଇ ମର୍ମ ରେ ତାଙ୍କର ଧର୍ମପତ୍ନୀ ସୁଜାତା ପାଣ୍ଡିଆଁନ ହୋଇ ପାରିବେ ।
ଡ଼. ଲେନିନ ମହାନ୍ତି ଙ୍କୁ ମୋର ପ୍ରଶ୍ନ ଓଡ଼ିଆ ଘର ର ବୋହୁ ମୃଦୁଲା ଠାକୁର ଙ୍କର ଗାଡି ପାଇଁ କେବେ କୌଣସି ବିଜେପି ବିଧାୟକ କିମ୍ବା ସାଂସଦ ଙ୍କୁ ଟ୍ରାଫିକ ପୋଲିସ ସାଜିବା ଦେଖିଛନ୍ତି କି…? ରାଜ୍ୟ ର କିମ୍ବା ଦେଶ ର କୌଣସି ସାଂସଦ ବିଧାୟକ ମନ୍ତ୍ରୀ କେବେ ମୃଦୁଲା ଠାକୁର ପ୍ରଧାନ ଙ୍କ ପାଇଁ କେବେ ଦ୍ୱାରପାଳ କିମ୍ବା କ୍ରୀତଦାସ ସାଜିଛନ୍ତି କି…? ସାଂସଦ ଅପରାଜିତା ଷଡ଼ଙ୍ଗୀ କୌଣସି ଗଳାବାଟ କିମ୍ବା ପଛ ଦ୍ୱାର ଦେଇ ସାଂସଦ ହୋଇନାହାନ୍ତି । ଲକ୍ଷ ଲକ୍ଷ ଓଡ଼ିଆ ଙ୍କ ସ୍ନେହ, ଶ୍ରଦ୍ଧା, ସାମ୍ମନ ରେ ସମାହିତ ଭୋଟ ପାଇ ସାଂସଦ ହୋଇ ରାଜନୀତି ରେ ପଦ ଅଳଙ୍କୃତ କରିଛନ୍ତି ।
ଏଣୁ ମୃଦୁଲା ଠାକୁର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ ଙ୍କୁ ନେଇ ଆପଣ କଟୁ ସମାଲୋଚନା କରିବା ଆପଣଙ୍କ ଦଳ ରେ ମାଁ କୁ ସମ୍ମାନ ର ଫମ୍ପା ସ୍ଲୋଗାନ ର ପୋଲ ଖୋଲି ଦେଇଛି । ମାତୃ ଶକ୍ତି ପ୍ରତି ଆପଣଙ୍କ ମନରେ ଥିବା ହୀନ ଭାବନା କୁ ଚଳିତ ନିର୍ବାଚନ ରେ ରାଜ୍ୟ ର କୋଟି କୋଟି ମାତୃଶକ୍ତି ମନେ ଭୋଟ ମାଧ୍ୟମ ରେ ଉଚିତ ଜବାବ ଦେବେ।