ଧର୍ମେନ୍ଦ୍ରଙ୍କ ଉପରେ ଡ. ଲେନିନ ମହାନ୍ତିଙ୍କ ରାଗ

ସମ୍ୱଲପୁର:ଦେଶର ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ ଭାବରେ ବିଜୁ ଜନତା ଦଳ ଏକ ସଫଳ ରାଜନୈତିକ ଦଳ । ଚାରିକୋଟି ଓଡ଼ିଆଙ୍କ ସ୍ନେହ, ଭଲପାଇବା ଓ ପ୍ରଭୁ ଜଗନ୍ନାଥ , ମା ସମଲେଶ୍ବରୀଙ୍କ ଆଶୀର୍ବାଦରେ ମାନନୀୟ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ । ଯାହା ବିରୋଧୀ ଦଳ ନେତାଙ୍କୁ ଚିନ୍ତାରେ ପକାଇଛି । ଆଜି ଯେତେବେଳେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଗସ୍ତରେ ଆସୁଛନ୍ତି । ଏହା ଜାଣିବା ପରେ ବିଚଳିତ ହୋଇ ଉଠିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତାଙ୍କର ବଚସ୍କରଙ୍କୁ ଲଗାଇ ନାନା ପ୍ରସଙ୍ଗରେ ଅବାନ୍ତର ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ଼. ଲେନିନ ମହାନ୍ତି ।
ଆଜି ସ୍ଥାନୀୟ ପାନ୍ଥନିବାସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଡ଼. ଲେନିନ ମହାନ୍ତି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନକ୍ରମେ ଆମେ ବିଜୁ ଜନତା ଦଳର ଫୁଟ ସୋଲଜରମାନେ ଓଡ଼ିଶାର ଉନ୍ନତି ପାଇଁ ଆମେ ସଦାବେଳେ ଚେଷ୍ଟିତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶରେ ଏକ ମିଡିଆ ଟିମ୍ ଗଠନ କରାଯାଇଛି । ଏହି ମିଡିଆ ଟିମ୍ ବାର୍ତ୍ତାଦିଏ ଗଣମାଧ୍ୟମକୁ । କିନ୍ତୁ ଭାରତୀୟ ଜନତା ପାର୍ଟିରେ କିଏ କେଉଁଠି ଥିବା ଲୋକ । ନେତାଙ୍କ ଗୋଡ଼ ମୋଡୁଥିବା ବ୍ୟକ୍ତିମାନଙ୍କୁ ଆଣି ମିଡିଆ ପେନାଲିଷ୍ଟ କରି ନାନାକଥା କହୁଛନ୍ତି । ଡ. ଲେନିନ ମହାନ୍ତି ପୁଣି ପ୍ରଶ୍ନ କରିଥିଲେ ଆଇଆଇଏମ କୁ କରିବାକୁ ରୋକିବା କଣ ଅନ୍ୟାୟ ନୁହେଁ ? ଆଇଆଇଏମର କିଛି ଅଂଶ ଦିଲ୍ଲୀର ଯେଉଁ ଆଇଟି କମ୍ପାନୀକୁ ଦିଆଗଲା ତାର ନିର୍ଦ୍ଧେଶକ କିଏ ତାହା ଧର୍ମେନ୍ଦ୍ର ପ୍ରଧାନ କହିଲେ କି ? ଏନଏଚ ୫୫ କାମ ସଂପୂର୍ଣ୍ଣ କରିପାରୁନାହାନ୍ତି । କିନ୍ତୁ ଦେଶର ଗର୍ବ ଗୌରବକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ସେହିଭଳି ପ୍ରଥମେ କଂଗ୍ରେସରୁ ବିଜୁ ଜନତା ଦଳ ଆସିଥିବା, ବିଜେଡି ଛାଡ଼ି ପୁଣି ଟୁଙ୍ଗୁରୁ ଭୋଳ ପାର୍ଟି ଓ ସେଠାରୁ ଭାରତୀୟ ଜନତା ପାର୍ଟିକୁ ଆସିଥିବା ବ୍ୟକ୍ତି ଅବାନ୍ତର ପ୍ରଶ୍ନ କରୁଛନ୍ତି । ପାନ୍ଥନିବାସ ସମ୍ପର୍କରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଡ. ଲେନିନ ମହାନ୍ତି କହିଥିଲେ ଏହା ହେଉଛି ଲୋକଙ୍କ ସମ୍ପତ୍ତି । ପଇସା ଦେଇ ଯେ କେହି ବି ପାନ୍ଥ ନିବାସରେ ରହିପାରିବ । ମୁଁ ଏଠାରେ ରହିଲି କଣ ଅପରାଧ କରିଛି କି ? ସେମାନେ ଯେଉଁ ରିସିଭ କଥା କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଆସି ପାନ୍ଥ ନିବାସ ର ମ୍ୟାନେଜର ଠାରୁ ରସିଦ୍ ନେଇପାରିବେ ବୋଲି କହିଥିଲେ । ଦୁର୍ନୀତି ସମ୍ପର୍କରେ ପ୍ରଶ୍ନ କରୁଥିବା ଭାରତୀୟ ଜନତା ପାର୍ଟି ର ଭୃତ୍ୟ କହିପାରିବେ କି ଯୁଯୁମୁରା ରେ ସାଂସଦ ପାଣ୍ଠି କୁ ଲୁଟି କିଏ ଖାଇଛି ? ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ କେବେ ପ୍ରଶ୍ନ ପଚାରିଛନ୍ତି କି ? ନିଜେ ଯେଉଁମାନେ ସରକାରୀ କାନ୍ଥ ରେ ମିଛ ପ୍ରତିଶ୍ରୁତି ଲେଖି ପ୍ରଚାର କରୁଥିଲେ । ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ପରେ ମିଛ ପ୍ରତିଶ୍ରୁତି ଉପରେ ଧଳା ଚୂନ ମାରିଛନ୍ତି । ସେହିଭଳି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କୁ ଅଣଓଡ଼ିଆ କହିବା ପ୍ରସଙ୍ଗରେ ସେ କହିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଙ୍କ ପତ୍ନୀ ମୄଦଳା ଠାକୁର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କଥା କହିଲେ ଗୋତ୍ର କଥା ମନେ ପଡୁଛି । ଏହା ସେହି ରାଷ୍ଟ୍ରୀୟ ଦଳ ଯିଏ ଦିନେ ଅନ୍ୟ ରାଷ୍ଟ୍ରୀୟ ଦଳର ମୁଖ୍ୟଙ୍କୁ ତାଙ୍କର ଗୋତ୍ର କଣ ବୋଲି ପ୍ରଶ୍ନ କରିଥିଲା । ବର୍ତ୍ତମାନ ଅପରାଜିତା ଷଡ଼ଙ୍ଗୀ, ମୃଦଳା ଠାକୁର ପ୍ରସଙ୍ଗରେ ଗୋତ୍ର ଦିଶୁନି କି । ଠାକୁର ଙ୍କୁ କେବେ କେଉଁଠି ମୃଦଲା ପ୍ରଧାନ ବୋଲି କହିବା କେବେ ଶୁଣିଛନ୍ତି କି ? ଭାରତୀୟ ଜନତା ପାର୍ଟି ସବୁବେଳେ ଧର୍ମକୁ ନେଇ ରାଜନୀତି କରେ । ନହେଲେ ତାଙ୍କର ଦଳ ଚଳିବନି ତେବେ ମୋର ଆଶା ଯେଉଁ ପ୍ରଶ୍ନ ଆମେ ଆଗରୁ କରିଥିଲେ ତାର ଉତ୍ତର ଦିଅନ୍ତୁ ବୋଲି ଡ. ଲେନିନ୍ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ।