Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା : ବୃଦ୍ଧା ମହିଳା ଙ୍କ ସମେତ ୩ ଜଣ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ କଫି ବଗିଚା ସାମ୍ନାରେ ବୁଧବାର ରାତ୍ରରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଙ୍କ ସମେତ ଏକ ବୃଦ୍ଧା ମହିଳା ଗୁରୁତର ଆହତ ହୋଇଛନ୍ତି l ସମସ୍ତଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମେକେସିଜି ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ବୃଦ୍ଧା ମହିଳା ଜଣକ ହେଲେ ପରମପାଙ୍ଗା ଗ୍ରାମର ମାରିଆ ପ୍ରଧାନ ଅନ୍ୟ ଦୁଇ ଜଣ ଯୁବକ ହେଲେ ହାତିମୁଣ୍ଡା ପଞ୍ଚାୟତର କୁମ୍ବରପଲ୍ଲୀ ଗ୍ରାମର ପୀତବାସ ବଳିଆରସିଂ ଓ ସାଗର ବଳିଆରସିଂ l ମାରିଆ ପ୍ରଧାନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଏବଂ ବାଇକ ଚାଳକ ସାଗର ବଳିଆରସିଂ ଏହି ଦୁଇ ଜଣଙ୍କୁ ବ୍ରହ୍ମପୁର ଏମେକେସିଜି ସ୍ଥାନାନ୍ତର କରାଯାଇଥିବା ବିଷୟ ଡାକ୍ତର ଅମ୍ବିକା ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ