ଫାଟିଲା ଗ୍ୟାସ ସିଲିଣ୍ଡର, ୫ ଦୋକାନ ଜଳିପୋଡ଼ି ପାଉଁଶ


ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ବଡ଼ ଧରଣର ଅଘଟଣ । ଆଖପାଖରେ ଥିବା ୫ ଦୋକାନ ନିଆଁରେ ପୋଡି ପାଉଁଶ । ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟରେ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଗୋଟିଏ ବାଇକ୍ ମଧ୍ୟ ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି |
ପ୍ରଥମେ ଏକ ଫାଷ୍ଟ ଫୁଡ୍ ଦୋକାନରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପରେ ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ କେତେ କ୍ଷୟକ୍ଷତି ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି ।