ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ଅଭାବନୀୟ ଘଟଣା । ମାଟି ଅତଡ଼ା ଖସି ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ରାହାସଗୁହାଳି ଗାଁରେ ଘଟିଛି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ପାଇପ ବିଛାଉଥିବା ବେଳେ ଶ୍ରମିକଙ୍କ ଉପରେ ମାଟି ଅତଡ଼ା ଧସି ଯାଇଥିଲା । ମାଟିରେ ପୋତି ହୋଇ ସମସ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ଶ୍ରମିକମାନେ ବାହାର ରାଜ୍ୟର ବୋଲି ଜଣାପଡ଼ିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସୂଚନାଯୋଗ୍ୟ, କିଛିଦିନ ହେବ ଅଳକୁଣ୍ଡ ଅଞ୍ଚଳରେ ପାଇପ୍ ବିଛାଯିବା କାର୍ଯ୍ୟ ଚାଲୁଛି । ବାହାର ରାଜ୍ୟରୁ ଶ୍ରମିକମାନେ ଆସି କାମ କରୁଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ସେ ନେଇ କାରଣ ଖୋଜୁଛି ପୋଲିସ । ଅପରପକ୍ଷେ କେତେ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ? ସେମାନଙ୍କ ମଧ୍ୟରେ କୌଣସି ଶତ୍ରୁତା ଥିଲା କି ? ଯଦି ମାଟି ଅତଡା ଖସି ମୃତ୍ୟୁ ହୋଇଛି ତା’ହେଲେ ଘଟଣା ସ୍ଥଳରେ ଆଉ କେଉଁମାନେ ଉପସ୍ଥିତ ଥିଲେ ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ ।
ଖସିଲା ମାଟି ଅତଡ଼ା, ଚାଲିଗଲା ୩ ଶ୍ରମିକଙ୍କ ଜୀବନ
