ସମ୍ୱଲପୁର:ଭାରତୀୟ ଜନତା ପାର୍ଟିରେ ସେହି ଆଦର୍ଶ ଆଉ ନାହିଁ ।ଦଳରେ ରହିଥିବା ନେତାମାନେ ନିଜର ସ୍ବାର୍ଥ ସାଧନରେ ଲାଗିଛନ୍ତି । ଯିଏ ସମାଜର ଚିନ୍ତା କରୁଛି ଭାରତୀୟ ଜନତା ପାର୍ଟିରେ ତାର ସ୍ଥାନ ନାହିଁ ବୋଲି କହି ବିଜେପିକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ବେଣୁଧର ଦାସ । ନିକଟରେ ସେ ବିଜେପି ଛାଡ଼ି ବିଜେଡି ଦଳରେ ସାମିଲ ହୋଇଥିବା ବେଣୁଧର ଦାସ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି ।
ଆଜି ପୂର୍ବାହ୍ନରେ ସ୍ଥାନୀୟ ପାନ୍ଥନିବାସରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ପ୍ରତିକ୍ରିୟା ଦେବା ଅବସରରେ ବେଣୁଧର ଦାସ କହିଥିଲେ । ଭାରତୀୟ ଜନତା ପାର୍ଟି ତାର ନୀତି ନୈତିକତା ହରାଇଛି । ସମାଜର ମଙ୍ଗଳ ପାଇଁ ଚିନ୍ତା କରୁଥିବା , ସମାଜ ପାଇଁ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଭାରତୀୟ ଜନତା ପାର୍ଟିରେ ସ୍ଥାନ ନାହିଁ । ବେଣୁଧର ଦାସ ଆହୁରି କହିଥିଲେ ଯେ ମୁଁ ଲୋକଙ୍କ ସମସ୍ୟାକୁ ନେଇ ଚାରିଥର ଆମରଣ ଅନଶନ କରିଛି । ଭାରତୀୟ ଜନତା ପାର୍ଟି ମାଧ୍ୟମରେ କାମ କରିବାକୁ ଚେଷ୍ଟା କରିଛି । କିନ୍ତୁ ଏହି ଦଳରେ ରହିଥିବା ଜନପ୍ରତିନିଧି ମାନଙ୍କର ଉତ୍ତରଦାୟିତ୍ଵ ନାହିଁ । ସାଂସଦ ଓ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଲୋକଙ୍କ ଆଶା ରହିଥିଲା ସେମାନେ ଲୋକଙ୍କ ପ୍ରତେକ ସମୟରେ ଛିଡ଼ା ହେବେ । କିନ୍ତୁ ଏଠାକାର ନେତା ନିଜର ନିରାପତ୍ତା କଥା ଚିନ୍ତା କରି ଲୋକଙ୍କ ଠାରୁ ଦୂରେଇ ରହିଲେ । କରୋନା ମହାମାରୀ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସହିତ ଛିଡ଼ା ହୋଇ ରହି ନପାରିବା ସମ୍ବଲପୁର ବାସୀଙ୍କ ମନରେ ଢେର୍ ଆଘାତ ଦେଇଛି । ସମ୍ୱଲପୁରରେ ଅନେକ ସମସ୍ୟା ଲାଗି ରହିଥିଲେ ହେଁ ସେମାନେ ପଦେ କଥା କହିଲେ ନାହିଁ । ଗଣମାଧ୍ୟମର ଚାପ ସତ୍ତ୍ୱେ ଏଠାକାର ସାଂସଦ ଓ ବିଧାୟକ ଚିନ୍ତା ଟିକିଏ ବି କଲେ ନାହିଁ । ନିଜର ନିରାପତ୍ତା କଥା ଚିନ୍ତା କରି ଏଠାକାର ଜନନେତା ଦିଲ୍ଲୀରେ ରହିଲେ । ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସମ୍ବଲପୁରର ପର୍ଯ୍ୟଟନ ପାଇଁ ଅନେକ ବିକାଶମୂଳକ କାମ କରାଯାଇଛି । ୪୦୦ କୋଟି ବ୍ୟୟ ଅଟକଳରେ ସମଲେଇ ମନ୍ଦିରର ରୂପାନ୍ତରିକରଣ କରାଗଲା । ଏଭଳି ଅନେକ କାମ ସମ୍ବଲପୁରରେ ଲୋକଙ୍କ ମଙ୍ଗଳ ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ଜନସେବା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆଦର୍ଶ ସାଜିଛନ୍ତି ବୋଲି କହିବା ସହିତ ବିଜେପି ଦଳକୁ ପ୍ରତ୍ୟାଖ୍ୟାନ କରିବାକୁ କହିଥିଲେ ।
ବିଜେପି ବିଧାୟକ ଓ ସାଂସଦଙ୍କ ଉତ୍ତରଦାୟିତ୍ୱ ନାହିଁ -ବେଣୁଧର ଦାସ
