Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ଡେଙ୍ଗୁ ଦିବସ ପାଳିତ

ସମ୍ବଲପୁର:ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୂତାପଡା ତରଫରୁ କମଳାପଡ଼ା ଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ପବ୍ଲିକ ହେଲ୍ଥ ମ୍ୟାନେଜର ସରିତା ଶର୍ମା ଓ ଜିଲ୍ଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଆରୁନକ୍ୟା ପ୍ରଧାନ ଯୋଗଦାନ କରିଥିଲେ। ଆଜିର ଏହି ଦିବସ ଉପଲକ୍ଷେ ଆମେ କିପରି ଭାବରେ ଏହି ସଂକ୍ରମଣରୁ ନିଜକୁ ତଥା ପରିବାରକୁ ରକ୍ଷା କରି ପାରିବା ସେ ବିଷୟରେ ଆଲୋଚନା କରାଯାଇଥିଲା। ସରିତା ଶର୍ମା ପରିବେଶକୁ କିପରି ସ୍ବଚ୍ଛତା ରଖିପାରିବା ତଥା ମଶାର ବଂଶ ବିସ୍ତାର କୁ ଅଟକାଇ ପାରିବା ସେ ବିଷୟରେ ଆଲୋକପାତ କରିଥିଲେ।ଆରୁନକ୍ଷ ପ୍ରଧାନ ଡେଙ୍ଗୁ ର କାରଣ, ନିରାକରଣ, ଚିକିତ୍ସା ତଥା ମଶାରୀର ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଏଥିରେ ମହିଳା ଆରୋଗ୍ୟ ସମିତି ର ସଦସ୍ୟ, ଆଶା କର୍ମୀ, ସ୍ୱଚ୍ଛ କର୍ମଚାରୀ ତଥା ଜନସାଧାରଣ ଯୋଗଦାନ କରିଥିଲେ।ଡେଙ୍ଗୁ ସଚେତନତା ପାଇଁ ଏକ ରାଲି ର ଆୟୋଜନ କରାଯାଇଥିଲା। ଏଥିରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସଞ୍ଜୀବ ପ୍ରଧାନ, ହାର୍ଦ୍ଦିକ ପାତ୍ର, ସୁଜାତା ମିଶ୍ର, ନୀତୁ ବଡ଼ପଣ୍ଡା, ଦିନୀ ନାୟକ, ପ୍ରତୀକ ପଣ୍ଡା, ରାକେଶ ସାହୁ ସାହାଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ