Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣପୁର ବିଧାୟକଙ୍କ ହାତପାଣ୍ଠି ରୁ ନିର୍ମାଣ ହେଲା ଲାଇବ୍ରେରୀ ଘର।

ଗୁଡାରି,ରାୟଗଡା ଜିଲ୍ଲା ପଦ୍ମପୁର ଆର ଜି କଲେଜ ପରିସରରେ ଗୁଣପୁର ବିଧାୟକଙ୍କ ହାତ ପାଣ୍ଠିରୁ ନିର୍ମାଣ ହେଲା ଲାଇବ୍ରେରି ଗୃହ। ବହୁ ପ୍ରତିକ୍ଷିତର ଅନ୍ତ ଘଟିଛି।ଦୀର୍ଘବର୍ଷ ହେଲା ଲାଇବ୍ରେରି ଗୃହ ପାଇଁ ଦାବି ହେଉ ଆସୁଥିଲା।ପିଲାମାନଙ୍କ ପାଠ ପଡିବା ପାଇଁ ପଠନ ଗୃହ ନଥିଲା ଫଳରେ ଏଠାକାର ଛାତ୍ରଛାତ୍ରୀ ମାନେ ଲାଇବ୍ରେରି ଗୃହ ପାଇଁ ଦାବି କରୁଥିଲେ।ତେବେ ଗୁଣପୁର ବିଧାୟକ ଯେତେବେଳେ କଲେଜକୁ ପରିଦର୍ଶନ ପାଇଁ ଆସିଥିଲେ ସେହି ସମୟରେ ପୁଣି କଥା ଉଠିଥିଲା।ତେବେ ଗୁଣପୁର ଆଦିବାସି ଉନ୍ନୟନ୍ନ ସଂସ୍ଥା ପକ୍ଷରୁ ବିଧାୟକଙ୍କ ହାତପାଣ୍ଠିରୁ ନୁତନ କୋଠା ନିର୍ମାଣ ହେଲା।ଆଜି ଏହାର ଶୁଭଉଦଘାଟନ ହୋଇଛି।ମୁଖ୍ୟ ଅତିଥି ଭାବରେ ଆଇନ ଏବଂ ଆଦିବାସି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରାକା,ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଲା ପରିଷଦ ଅଧ୍ଧକ୍ଷା ସରସ୍ବତୀ ମାଝି,ସ୍ବତନ୍ତ୍ର ଅଧକ୍ଷା ଅନୁସୟା ମାଝି,ବିଜୁ ସ୍ବସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧିରକୁମାର ଦାସ,ପିଙ୍କୁ ପଣ୍ଡା,ଗଗନ ଆଚାର୍ଯ୍ୟ, ରଞ୍ଜିତ୍ ପାଣିଗ୍ରାହୀ ଙ୍କ ସହ ଆଦିବାସୀ ଉନ୍ନୟନ ସଂସ୍ଥାର ଇଞ୍ଜିନିୟରି ମାନେ ଉପସ୍ଥିତ ରହିଥିଲେ।ପରେ ମନ୍ତ୍ରୀ ବିଧାୟକ କଲେଜର ବିଭିନ୍ନ ସମସ୍ୟା କଥା ଶୁଣିବା ପରେ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ।ଏହି ସମୟରେ କଲେଜର ପ୍ରାନ୍ସପାଲ ଓଡିଆ ଆଧ୍ୟାପିକ ଏବଂ ଷ୍ଟାପ ମାନେ ଊପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ