ସମ୍ୱଲପୁରବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ ରହିଛି ଜନସହଭାଗିତାରେ ବିକାଶ କାମ ଆଗେଇବ


ସମ୍ୱଲପୁର:ଗୁରୁବାର ଅପରାହ୍ନରେ ସ୍ଥାନୀୟ ପାନ୍ଥ ନିବାସ ଠାରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭେଟି ପ୍ରତିକ୍ରିୟା ଦେଇଛନ୍ତି । ବିଜୁ ଜନତା ଦଳର ମୁଖପାତ୍ର ଡ଼. ଲେନିନ ମହାନ୍ତି, ରାଜ୍ୟ ସାଧରଣ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ନିର୍ବାଚନୀ ସଂଯୋଜକ ଇଂ. ସିଦ୍ଧାର୍ଥ ଦାଶ, ସମ୍ବଲପୁର ବିଧାନସଭା ନିର୍ବାଚନ ଦାୟିତ୍ଵରେ ତଥା ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ରହି ସମ୍ୱଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଜନସହଭାଗିତା ର ନିତାନ୍ତ ଆବଶ୍ୟକ ରହିଥିବା କହି ବିଜୁ ଜନତା ଦଳକୁ ସହଯୋଗ କରିବାକୁ ଆହ୍ବାନ କରିଛନ୍ତି ।
ସମ୍ବଲପୁରବାସୀଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନମୂଳକ ପ୍ରକଳ୍ପ କରିଛନ୍ତି ରାଜ୍ୟ ସରକାର । ସମ୍ୱଲପୁରରେ ବିଜୁ ଜନତା ଦଳର ନିର୍ବାଚିତ ପ୍ରତିନିଧି ନଥାଇ ବି ଆମର ସାଂଗଠାନିକ ସମ୍ପାଦକ ତଥା ଚଳିତ ନିର୍ବାଚନର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଙ୍କ ସଂଯୋଜନାରେ ଅନେକ କାମ ହୋଇପାରିଛି । ସେ ଏଠାକାର ତୃଣମୂଳ କର୍ମୀ ମାନଙ୍କ ସହିତ ସମ୍ପର୍କରେ ରହି ଏଠାକାର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ୫ଟି ଉପକ୍ରମାରେ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ଗମନାଗମନ, ପର୍ଯ୍ୟଟନ ଓ ସମ୍ବଲପୁରର ଐତିହ ସଂସ୍କୃତି କ୍ଷେତ୍ରରେ ରୂପାନ୍ତରଣ ହୋଇପାରିଛି । ଆଜି ସମଲେଇ ପ୍ରକଳ୍ପ ଯୋଗୁଁ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଭବ୍ୟ ହୋଇପାରିଛି । ଏକଦା ସଙ୍କୁଚିତ ପରିବେଶ ମଧ୍ୟରେ ରହିଥିବା ମା ଙ୍କ ମନ୍ଦିର ଆଜି ସୁବିସ୍ତୀର୍ଣ୍ଣ ହୋଇ ମା ଙ୍କ ମହିମା ଗୁଣଗାନ କରୁଛି । ପୂର୍ବାପେକ୍ଷା ବହୁଗୁଣରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସମଲେଇ ପ୍ରକଳ୍ପ । ସମ୍ୱଲପୁରବାସୀଙ୍କ ଯାତ୍ରା ସୁଗମ କରିବାକୁ ବିଗତ ୫ ବର୍ଷରେ ପାଞ୍ଚ ଟି ସେତୁ ନିର୍ମାଣ କରାଯାଇଛି । ମହାନଦୀ ବ୍ରିଜ, ଦୁର୍ଗାପାଲି ବ୍ରିଜ, କ୍ଷେତରାଜପୁର ବ୍ରିଜ ଓ ଲକ୍ଷ୍ମୀ ଟକିଜ ବ୍ରିଜ । ସେହିଭଳି ନୂଆ ବାସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ସିଟି ବସ୍, ମୋ ବସ୍ ଓ ଲକ୍ଷ୍ମୀ ବସ ଯୋଗୁଁ ଲୋକେ ସୁବିଧାରେ ଯିବା ଆସିବା କରିପାରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବୁର୍ଲାରେ ମଲ୍ଟି ହସ୍ପିଟାଲ, ବୁର୍ଲାରେ ଏମଆରଆଇ ମେସିନ ସ୍ଥାପନ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ଲଡ଼ ଚେଂଞ୍ଜି ମେସିନ ଲଗାଯାଇଛି । ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁନଃ ନବୀକରଣ କରାଯାଇଛି । ୧୧୨ ଆମ୍ବୁଲାନ୍ସ ଜରିଆରେ ରୋଗୀମାନଙ୍କୁ ମାଗଣାରେ ହସ୍ପିଟାଲକୁ ନିଆଯାଉଛି। ସେହିଭଳି ଶବ ବାହକ ଗାଡ଼ି ମଧ୍ୟ ହସ୍ପିଟାଲ ରେ ରହିଛି । ନିରାମୟ ଯୋଜନାର ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି । ବିଏସକେୱାଇ ଯୋଜନା ଆଜି ଗରିବ ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ସମ୍ୱଲପୁର ସହରର ସୋନ୍ଦର୍ୟ୍ଯିକରଣ ତଥା ସମ୍ବଲପୁରବାସୀଙ୍କ ଅବସର ବିନୋଦନ ପାଇଁ ବିଭିନ୍ନ ସ୍ଥାନରେ ପାର୍କ ନିର୍ମାଣ କରାଯାଇଛି । ବାଲି ପାର୍କ, ହାଉସିଂ ବୋର୍ଡ ପାର୍କ, ହୀରାକୁଦ ପାର୍କ ନିର୍ମାଣ କରାଯାଇଛି । ସ୍ଵଚ୍ଛତା, ପରିଚ୍ଛନ୍ନତା ପାଇଁ ଘରକୁ ଘର ବୁଲି ବୁଲି ଅଳିଆ ସଂଗ୍ରହ କରାଯାଉଛି । ନୂଆ ଏସଏମସି ଅଫିସ ନିର୍ମାଣ କରାଯାଇଛି । ଲୋକଙ୍କ ଘରକୁ ପାଇପ ଜରିଆରେ ପାନୀୟ ଜଳ ଯୋଗାଣ କରାଯାଉଛି । ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବାକୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭିଶୁଟ, ଭିମସାରରେ ଅନେକ ଉନ୍ନୟନମୂଳକ କାମ।କରାଯାଇଛି । ଛାତ୍ରଛାତ୍ରୀଙ୍କୁ ବୋନସ ପ୍ରଦାନ କରାଯାଇଛି । ସମ୍ବାଦପତ୍ର ବାଣ୍ଟୁଥିବା ହକର ମାନଙ୍କୁ ବୋନସ ପ୍ରଦାନ କରାଯାଇଛି । ସେହିଭଳି ସହରର ସମସ୍ତ ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ଲଗାଯାଇଛି । ହୀରାକୁଦ ରେ ପର୍ଯ୍ୟଟକଙ୍କ ଆମୋଦ ପ୍ରମୋଦ ପାଇଁ ରୋପ ୱେ କରାଯାଇଛି । ଆଗାମୀ ଦିନରେ ସମ୍ବଲପୁର, ହୀରାକୁଦ, ବୁର୍ଲା ଓ ରେଙ୍ଗାଲିକୁ ମିଶାଇ ଏକ ବୃହତ୍ ମହାନଗର ପ୍ରକଳ୍ପର ଯୋଜନା ରହିଛି । ଏକ ଉନ୍ନତ ସମ୍ବଲପୁର ଗଢ଼ିବା ପାଇଁ ଜନସାଧାରଣ ଙ୍କ ସହଭାଗିତା ନିତାନ୍ତ ଆବଶ୍ୟକ ବୋଲି ଦଳର ନେତା ମାନେ ପ୍ରକାଶ କରିଥିଲେ। ଅପରପକ୍ଷେ ଡ଼. ଲେନିନ ମହାନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଭାବରେ ସମ୍ବଲପୁର ପାଇଁ କଣ କାମ କରିଛନ୍ତି ତାହା ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଆହ୍ବାନ ଦେଇଛନ୍ତି ।