Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଦଗୁଦା ଗାଁ କୁ ରାସ୍ତା ଅବରୋଧ ; ପ୍ରଶାସନ ପଦକ୍ଷେପ ନ ନେଲେ ଭୋଟ ବର୍ଜନ ନିଷ୍ପତ୍ତି

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି – ଗୁଦଗୁଦା ଓ ଝାରବନ୍ଧ ପଟୁ ପୂର୍ତ୍ତ ବିଭାଗ ର ପ୍ରଧାନମନ୍ତ୍ରୀ ନିର୍ମାଣଧିନ ରାସ୍ତା କୁ କେତେକ ବ୍ୟକ୍ତି ବାଡ ଦେଇ ଅବରୋଧ କରିଛନ୍ତି। ଫଳରେ ଏକ ମାସ ହେଲା ଗୁଦଗୁଦା ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ରହିଛି। ଗ୍ରାମର ଲୋକେ ବାହାର କୁ ଯିବା ଆସିବା କରି ପାରୁନାହାନ୍ତି। ସୂଚନା ଅନୁସାରେ ଅମରପାଲି ପୂର୍ତ୍ତ ବିଭାଗର ରାସ୍ତା ରୁ ଗୁଦଗୁଦା ଦେଇ କୁଆଖୋଲ , ରେଢ଼ାଖୋଲ କୁ ଲୋକେ ଯାଇଥାନ୍ତି l ଦୀର୍ଘ ଦିନ ର ଦାବୀ ପରେ ଉକ୍ତ ଗ୍ରାମକୁ ଏବେ ଏକ ନୂତନ ରାସ୍ତା ନିର୍ମାଣ କରାଯାଉଛି। ରାସ୍ତା ପାଇଁ ପୋଲ ନିର୍ମାଣ ମଧ୍ୟ ଅନ୍ତିମ ପର୍ଯ୍ୟାୟ ରେ ରହିଛି। ତେବେ ଗତ ୨୭ ତାରିଖ ରେ ଅମରପାଲି ଗ୍ରାମର କେତେକ ବ୍ୟକ୍ତି ଓ ଗୁଦଗୁଦା ଗାଁ ର ଜଣେ ବ୍ୟକ୍ତି ଉକ୍ତ ରାସ୍ତା ର ମଝିରେ ଗୋଟିଏ ଗୋଟିଏ ବାଡ ଦେଇ ଅବରୋଧ କରିଛନ୍ତି। ସେମାନଙ୍କ ଦାବୀ ଅନୁସାରେ ଉକ୍ତ ରାସ୍ତା ର କେତେକ ଅଂଶ ତାଙ୍କର ରୟତି ଜମି ଅଟେ। ତେଣୁ ସେମାନେ ବାଡ ଦେଇଥିବା ଜଣା ପଡିଛି। କିଛି ବର୍ଷ ପୂର୍ବରୁ ମଧ୍ୟ ସେମାନେ ଏହି ରାସ୍ତାରେ ବାଡ ଦେଇ ଅବରୋଧ କରିଥିଲେ। ମାତ୍ର ସେହି ସମୟରେ ଆଲୋଚନା କରି ରାସ୍ତା ଛାଡ଼ି ଦିଆଯାଇଥିଲା। ଏବେ ରାସ୍ତା ନିର୍ମାଣ ହେଉଥିବା ବେଳେ ଗତ ମାର୍ଚ୍ଚ ୨୬ ତାରିଖ ରେ ପୁଣି ରାସ୍ତା ଅବରୋଧ କରିଥିଲେ। ଏନେଇ ଗତ ମାର୍ଚ୍ଚ ୨୭ ତାରିଖରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କରିଥିଲେ। ବିଭାଗ ତରଫରୁ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମରେ କେନଝିରିଆପାଲି ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳକୁ ଆସି ଉକ୍ତ ରାସ୍ତା ର ଜମି ଚିହ୍ନଟ କରିଥିଲେ। ତେବେ ସେହି ସମୟ ରେ ଗ୍ରାମବାସୀଙ୍କ ଆଲୋଚନା ର ଦୁଇ ଦିନ ପରେ ରାସ୍ତା ଅବରୋଧ ହଟାଇ ଦିଆ ଯାଇଥିଲା। ମାତ୍ର ଏବେ ପୁଣି ଅପ୍ରେଲ ୨୮ ତାରିଖ ରେ ସେହି ବ୍ୟକ୍ତି ମାନେ ରାସ୍ତାରେ ବାଡ ଦେଇ ଅବରୋଧ କରିଛନ୍ତି। ଏହା ଫଳରେ ଉକ୍ତ ଗ୍ରାମ କୁ କୌଣସି ଗାଡି ମୋଟର ଯାତାୟତ କରି ପାରୁନାହିଁ I ଜରୁରୀ ପଡିଲେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଗାଁ କୁ ଯାଇ ପାରୁନଥିବା ବେଳେ ନିର୍ବାଚନ ପାଇଁ ପ୍ରଚାର ଗାଡି କି କୌଣସି ନେତା ଗୁଦଗୁଦା ଗ୍ରାମକୁ ପାଇପାରୁନାହାନ୍ତି I ଏହି ରାସ୍ତା ଦେଇ ଅମର ପାଲି , ଗୌଡଗାଡ , ବହଲପଦର ତଥା ବୀରମହାରାଜପୁର ଅଞ୍ଚଳ ର ଲୋକେ ଚlରମl ଲ , ରେଢ଼ାଖୋଲ ଆଦି କୁ ଯିବା ଆସିବା କରିଥାନ୍ତି ଏବଂ ଉକ୍ତ ଅଞ୍ଚଳ ର ବିଭିନ୍ନ ଗ୍ରାମ ଲୋକେ ସର୍ବଦା ବୀରମହାରାଜପୁର ବଜାର ଉପରେ ନିର୍ଭର କରିଥାନ୍ତି l ପ୍ରଶାସନ ତରଫରୁ କୌଣସି ପ୍ରତିକାର କରାଯାଇ ନଥିବାରୁ ରାସ୍ତା ଅବରୋଧ ହଟି ନଥିବା ଅଭିଯୋଗ ହେଉଛି l ଯଦି ଏହାର ସମାଧାନ ନ ହୁଏ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି I