Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ, ଖୋଲିଲେ ବିଜେଡିର ୨୫ ବର୍ଷର ପାପ ପେଡୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ବିଜେପି ପାର୍ଟି ଅଫିସ ଠାରେ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରି କହିଥିଲେ ଯେ, ଏଥର ସାଧାରଣ ନିର୍ବାଚନ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ପ୍ରତି ବର୍ଗର ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପୁରା ଫେଲ୍ ମାରିଛି ବିଜେଡି ଓ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ବାସୀଙ୍କୁ ପ୍ରତାରିତ କରି ଚାଲିଥିବା, ଧୋକା ଦେଇଥିବା ଓ ଠକି ଚାଲିଥିବା ନବୀନ ସରକାରଙ୍କୁ ଲୋକେ ଗାଦି ଚ୍ୟୁତ କରିବାକୁ ଗାଁ ଗାଁ ରେ ଲୋକେ ମନସ୍ଥ କରି ସାରିଛନ୍ତି। ସୋନପୁରକୁ କେବଳ ଜିଲ୍ଲା ଘୋଷୋଣା କରି ସୋନପୁର ବାସୀଙ୍କୁ ଖୁସି କରିବା ଛଡ଼ା ଆଉ କିଛି ନୁଆ ପ୍ରକଳ୍ପ କି ଶିଳ୍ପର ନାଁ ଧରିନି ଏ ଯାଏଁ ସରକାର ବୋଲି ଭର୍ସନା କରିଥିଲେ ଶ୍ରୀ ମହାପାତ୍ର। ରାମେଶ୍ଵର ତ୍ରିବେଣୀ ସଙ୍ଗମ, ପାପକ୍ଷୟ, ପାତାଳୀ ଶ୍ରୀ କ୍ଷେତ୍ର, ଭୀମଭୋଇ ପୀଠ ଭଳି ଜିଲ୍ଲାର ସବୁ ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ଫେଲ୍ ମାରିଛି, କେନ୍ଦ୍ର ସରକାରଙ୍କ ୨୫ ବର୍ଷ ର ଅନୁଦାନ ଲୁଟ କରି ଠିକାଦାର ମାନଙ୍କ ସହ ଭାଗ ବଣ୍ଟା କରି ଚଳୁ କରିଛନ୍ତି। ରେଳ ସଂଯୋଗକୁ ଜାଣି ଶୁଣି ଅବହେଳା କରିଛି, କୃଷି ଭିତ୍ତିକ ଶିଳ୍ପ କିଛି ଗଢି ଯୁବକଙ୍କୁ ରୋଜଗାର ଯୋଗାଇବାରେ, ଦାଦନ ରୋକିବାରେ, ସ୍ୱାସ୍ଥ୍ୟ ସେବା ସୁଧାରିବାରେ ପୁରା ଫେଲ୍ ମାରିଛି ସରକାର। ଏ ମାଟିର ଅନେକ ଗୁଡ଼ିଏ ପ୍ରତିଭା ଅଲୋଡ଼ା ହୋଇ ରହିଛନ୍ତି ଯାହାକି ଓଡ଼ିଶା ଜଗନ୍ନାଥ ପୀଠ ଓ ସୋନପୁର ଶକ୍ତି ପୀଠ ଆଉ ସହିବନି ଏ ଶାସନ କୁ। ରାମ ମନ୍ଦିର ପରେ ଏଥର ରାମ ରାଜ୍ୟ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର l ଛତିଶଗଡ ମେଡିକାଲ୍ ପ୍ଲାଣ୍ଟ ବୋର୍ଡର ଅଧ୍ୟକ୍ଷ କ୍ୟାବିନେଟ୍ ପାହ୍ୟା ଡଃ ଜୟ ପ୍ରକାଶ ଶର୍ମା ଏହି ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ସୋନପୁର ନିର୍ବାଚନ ମଣ୍ଡଳୀ ସାରା ବୁଲି ଯାହା ଦେଖିଛି ଏଥର ନବୀନ ସରକାର ପ୍ରତି ଖାସ କରି ଭି.କେ. ପଣ୍ଡିଆନ ଶାସନକୁ ଲୋକେ ନାପସନ୍ଦ କରିଥିବା ଓ ଲୋକେ ପରିବର୍ତ୍ତନ ମୁହାଁ ହୋଇଥିବା କହିଥିଲେ। ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ମିଡ଼ିଆ ପ୍ରଭାରୀ ରାଜୀବ ବିଶି ଓ ନିରଞ୍ଜନ ତ୍ରିପାଠୀ ଓ ନଗର ସମ୍ପାଦକ କୁନା ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ