ରେଢ଼ାଖୋଲର ମାଳମାଳ ସମସ୍ୟାକୁ ନେଇ ଜନତା ଅଦାଲତରେ ବିଜେପିର ଚାର୍ଜସିଟ

ରେଢ଼ାଖୋଲ:ରାଜ୍ୟ ସରକାର ଙ୍କର ବିଫଳତା କୁ ଦେଇ ବିଜେପି ନିୟମିତ ଘେରୁଛି ଶାସକ ଦଳ କୁ । ରାଜନୈତିକ ସଭାସମିତିରେ ନିୟମିତ ଭାବରେ ପ୍ରାର୍ଥୀ, ସ୍ଥାନୀୟ ନେତା, ପଦାଧିକାରୀଙ୍କ ଠୁଁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତରର ନେତା ମନ୍ତ୍ରୀଙ୍କ ଟାର୍ଗେଟରେ ଏବେ ବିଜେଡି ସରକାର।ଏହା ବ୍ୟତୀତ ବିଜେପି ପକ୍ଷରୁ ନିୟମିତ ଭାବରେ ସାମ୍ବାଦିକ ସମ୍ବିଳନୀ ଡକା ଯାଇ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରୁଛି ବିଜେପି । ବିଗତ ୧୫ ଦିନ ହେଲା ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି ୨୪ ବର୍ଷ ର ବିଫଳତା ପାଇଁ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରୁଛନ୍ତି, ହେଲେ ଆଜି ଯାଏଁ ଶାସକ ଦଳ ପକ୍ଷରୁ ତଥ୍ୟ ଭିତ୍ତିକ ଉତ୍ତର ମିଳି ପାରି ନାହିଁ ।
ଆଜି ଠୁଁ ସମ୍ବଲପୁର ବିଜେପି ପକ୍ଷରୁ ଏକ ନୂଆଁ ଅଭିଯାନ ଆରମ୍ଭ ହୋଇଛି । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ମୂଳ ଓ ମୁଖ୍ୟ ସମସ୍ୟା ଙ୍କୁ ନେଇ ସାମ୍ବାଦିକ ସମ୍ବିଳନୀ ଜରିଆରେ ଜନତା ଙ୍କ ଅଦାଲତ ରେ ବିଜେପି ପକ୍ଷରୁ ଚାର୍ଜ ସିଟ ଦାଖଲ କରୁଛି । ଆଜି ଏହି ମର୍ମ ରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ଏକ ସାମ୍ବାଦିକ ସମ୍ବିଳନୀ ରେ ରେଢ଼ାଖୋଲବାସୀ ଙ୍କ ସମସ୍ୟା କୁ ନେଇ ଜନତାଙ୍କ ଅଦାଲତ ରେ ବିଜେପି ପକ୍ଷରୁ ଚାର୍ଜ ସିଟ ଦାଖଲ କରାଯାଇଛି ।
ଗୋଟିଏ ଶତାଦ୍ଧୀର ଏକ ଚତୁର୍ଦ୍ଧାନ୍ସ ସମୟ ରାଜ୍ୟରେ ନିରଙ୍କୁଶ ଭାବରେ ଶାସନ କ୍ଷମତାରେ ବିଜେଡି ଦଳ ରହିଛି।ହେଲେ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ରହିଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆମେ ରାଜ୍ୟବାସୀଙ୍କ ମୂଳ ସମସ୍ୟା ନେଇ ଆମେ ଅଭିଯୋଗ କରୁଛୁ ।
ନୀତି ବିହୀନ ଯୋଜନା ବିହୀନ ଶାସନ ବ୍ୟବସ୍ଥା ଯୋଗୁଁ ସମ୍ଭାବନା ରେ ରାଜ୍ୟ ସମ୍ବଳଶ୍ରୀ ହୋଇ ମଧ୍ୟ ରାଜ୍ୟବାସୀ ଏଠି ଗରିବ । ୨୪ ବର୍ଷ ଶାସନ କରି ମଧ୍ୟ ସାଧାରଣ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ପାରିଲ ନାହିଁ । ବିଦ୍ୟାଳୟ ରେ ଶିକ୍ଷକ ମହାବିଦ୍ୟାଳୟ ରେ ଅଧ୍ୟାପକ ପ୍ରାଧ୍ୟାପକ ନିଯୁକ୍ତି ଦେଇ ପାରିଲ ନାହିଁ । ଡାକ୍ତରଖାନା ରେ ଡାକ୍ତର, ପାରାମେଡିକାଲ ଷ୍ଟାଫ, ଟେକ୍ନିସିଆଁନ, ନର୍ସ ଙ୍କୁ ନିଯୁକ୍ତି ଦେଇ ପାରିଲ ନାହିଁ । ସରକାର ଙ୍କ ଅପାରଗତା ପାଇଁ ଗାଁ କୁ ରାସ୍ତା ନାହିଁ ବୋଲି ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ରୋଗୀ ଖଟ ରେ ବୁହା ହେଉଛନ୍ତି । ୨୦୧୯ସାଧାରଣ ନିର୍ବାଚନ ପୂର୍ବରୁ ୪୫୦ କୋଟି ଟଙ୍କା ରେ ବିଜୁ ଯୁବ ବାହିନୀ ଗଠନ କରାଗଲେ ପରେ ସେ ବାହିନୀ ର ଆଉ ଦେଖା ମିଳିଲା ନାହିଁ । ଶହ ଶହ କୋଟି ବ୍ୟୟ କରି କରିଥିବା ପିଠା ଯୋଜନା କରି କେବଳ ଭୋଜିଭାତ କରି ନିର୍ବାଚନ ରେ ଜିତିବା ପାଇଁ ଭୋଟ ବ୍ୟବସ୍ଥା କରାଗଲା । ରାଜ୍ୟବାସୀ ଙ୍କ ଝାଳ ରକ୍ତ ବୁହା ଟିକସ ପଇସା ରୁ ୧୩୦୦ କୋଟି ଖର୍ଚ୍ଚ କରି ବିଜ୍ଞାପନ ବ୍ୟାଗ କରି ରାଜ୍ୟ ରାଜ କୋଷ କୁ ଲୁଣ୍ଠନ କରାଗଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଚାବି ର ପତ୍ତା ମିକୁନାହିଁ କି ସରକାର ଜବାବ ବି ରଖୁ ନାହାଁନ୍ତି । ନବକଳେବର ଦୁର୍ନୀତି ଓ ବ୍ରହ୍ମବିଭ୍ରାଟ ର ଦୋଷୀ ଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ସାଧାରଣ ଜନତା ତ ଦୂର ର କଥା ମୁଖ୍ୟମନ୍ତ୍ରୀ ତାଙ୍କ ଦଳୀୟ ନେତା ମନ୍ତ୍ରୀ ବିଧାୟକ ସାଂସଦ ଙ୍କ ଠୁଁ ବି ଦୁରେଇ ରହିଛନ୍ତି । ରାଜ୍ୟ ରେ ସରକାରୀ ବିଭାଗୀୟ ମୁଖ୍ୟ ମନେ ମଧ୍ୟ ବର୍ଷ ହେଲା ସିଧାସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରି ପାରୁ ନାହାଁନ୍ତି । ପଶ୍ଚିମ ଓଡିଶା ରେ ହାଇ କୋର୍ଟ ର ସ୍ଥାୟୀ ବେଞ୍ଚ ର ଦୀର୍ଘ ବର୍ଷ ର ଆନ୍ଦୋଳନ କୁ ଷଡଯନ୍ତ୍ର କରି ଚପେଇ ଦେବର ଅପଚେଷ୍ଟା କରାଗଲା ।
ଡ଼.ରଥ ଆହୁରି ପଚାରିଛନ୍ତି ଯେ ରାଜ୍ୟବାସୀ ଙ୍କର ସ୍ୱାର୍ଥ ରକ୍ଷା ଓ ମୌଳିକ ସୁବିଧା ରୁ ବଞ୍ଚିତ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ର ପ୍ରଶ୍ନ ରୁ ବିଜେଡି ନେତା, ମନ୍ତ୍ରୀ, ବିଧାୟକ, ପ୍ରବକ୍ତା କାହିଁକି ମୁହଁ ମୋଡୁଛନ୍ତି..? ମାଁ ସମଲେଶ୍ୱରୀ ଙ୍କ ଚରଣ ତଳେ ଜନମଞ୍ଚ ରେ ଖୋଲା ବିତର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଖୋଲା ଆହ୍ୱାନ ଦେଲା ପରେ ମଧ୍ୟ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ପଛ ଘୁଞ୍ଚା କାହିଁକି…?
ରେଢ଼ାଖୋଲ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ବର୍ଷ ବ୍ୟାପି ହାତୀ ଉପଦ୍ରଵ ରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ସେଥିପାଇଁ ସରକାର ଙ୍କ ପାଖରେ କୌଣସି ସ୍ଥାୟୀ ଯୋଜନା ନାହିଁ । କିଆକାଟାରୁ ରେଢ଼ାଖୋଲ ପାନୀୟ ଜଳ ପ୍ରକଳ୍ପରେ ଘରେ ଘରେ ଆଜି ପର୍ଯ୍ୟନ୍ତ ପାଣି ପହଞ୍ଚି ପାରିନାହିଁ । ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଇ ନାହିଁ । କେରାଣ୍ଡି ଜୋରରେ ଥିବା ଡ୍ୟାମର ପୁନ ଉଦ୍ଧାର କରାଯାଇନାହିଁ । ଚମ୍ପୁଆଳି ନଦୀରେ ବ୍ୟାରେଜ ଟିଏ ମଧ୍ୟ ତିଆରି କରାଯାଇ ପାରିଲା ନାହିଁ । ଘୁଷୁରାମାଲ ପଞ୍ଚାୟତ ଝାଟକିମାଳ ଠାରେ ଏକ ସେତୁ, ନାକଟିଦେଉଲ ଖମନ ମୁଣ୍ଡା ଠାରେ ଏକ ସେତୁ , ସାଲେଭାଟା ପଂଚାୟତର ଖଣ୍ଡହାଲ ଠାରେ ଏକ ସେତୁ ପାଇଁ ଦୀର୍ଘ ବର୍ଷ ରୁ ଦାବୀ ହୋଇ ଆସୁଥୁଲେ ମଧ୍ୟ ସରକାର କର୍ଣ୍ଣପାତ କଲେ ନାହିଁ । ଅଞ୍ଚଳ ର ବନ୍ଧକଟାର ଗୁଡିକର ପୁନଃରୁଦ୍ଧାର ହୋଇପାରିଲା ନାହିଁ । ଅଞ୍ଚକ ର ଦୁଇ ତୃତୀୟାସଂ ଚାଷ ଜମିକୁ
ଜଳ ସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ । ଅଞ୍ଚଳରେ ଶୀତଳ ଭଣ୍ଡାର ପାଇଁ ସରକାର ପ୍ରତିଶୃତି ଦେଇଥିଲେ ହେଲେ ଆଜି ଯାଏଁ ନିର୍ମାଣ ହୋଇ ପାରିଲା ନାହିଁ । ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଡାକ୍ତରଖାନା ମାନଙ୍କରେ ଡ଼ାକ୍ତର ନାହାଁନ୍ତି, ସ୍କୁଲ ମାନଙ୍କରେ ଶିକ୍ଷକ ନାହାଁନ୍ତି । ଗାଁକୁ ରାସ୍ତା ନାହିଁ ଯା ଫଳରେ ଆମ୍ବୁଲାନ୍ସ ଯାଇ ପାରୁନାହି ଖଟିଆରେ ରୋଗୀଙ୍କୁ ବୁହାଯାଉଛି । ଏହି ସବୁ ମୌଳିକ ସୁବିଧାରୁ ରେଢ଼ାଖୋଲ ବାସି ବିଚ୍ୟୁତ ହୋଇଛନ୍ତି , ରାଜ୍ୟ ସରକାର ଯେଉଁ ଅଣ ଓଡ଼ିଆ ଗୁମାସ୍ତା କୁ ଡାକିଆଣି ପଛପାଖ ଦ୍ବାରରୁ ପଶି ସତ୍ତ୍ବାକୁ ମାଡି ବସିବୁ ବୋଲି ଦିବାସ୍ବପ୍ନ ଦେଖୁଛି । ବିଜୁ ଜନତା ଦଳର ଚବିଶ ବର୍ଷ ଶାସନ ସମାପ୍ତ ହୋଇଛି ଆଉ କେତେ ବର୍ଷ ହେଲେ ଏହି ସବୁ କାମ କରିବେ ବୋଲି ଡ଼. ରଥ ପ୍ରଶ୍ନ କରିଥିଲେ । ଏବେ ବିଜେପି ପକ୍ଷରୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଚାର୍ଜସିଟ ଦିଆଯାଇଛି ଜନ ସାଧାରଣ ଏହି ଚାର୍ଜସିଟ୍ ର ଉଚିତ ଜବାବ ଦେବେ ଏବଂ ଓଡ଼ିଶାରେ ୪ ଜୁନରେ ବିଜେପି ସରକାର ହେବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ରଞ୍ଜନ ବକ୍ସି , ବିଧାନସଭା ମିଡ଼ିଆ ସଂଯୋଜକ ଅନିଲ ପୃଷ୍ଟି , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ଏନ.ଏ.ସି ଅଧ୍ୟକ୍ଷ ଶିବରାମ ସାହୁ , ନଗର ସଭାପତି ରାମାନୁଜ ମହାପାତ୍ର, ରାଜା ପାଲ, ଅର୍ଜୁନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।