ବିଜେଡିକୁ ଘାରୁଛି ବିଜେପି ୧୯ ରେ ରାଜନାଥ ଓ ୨୧ ରେ ସମ୍ବଲପୁର ଆସୁଛନ୍ତି ଅମିତ ଶାହ


ସମ୍ବଲପୁର:ଆସନ୍ତା ୨୧ ରେ ସମ୍ବଲପୁର ଗସ୍ତ ରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସମ୍ବଲପୁର ପି.ଏଚ.ଡ଼ି ପଡିଆରେ ହେବାକୁ ଥିବା ବିଶାଳ ଜନ ସମାବେଶ ରେ ଯୋଗ ଦେବେ ଶ୍ରୀ ଶାହ । ଏହାପୂର୍ବରୁ ଆସନ୍ତା ୧୯ ଓ ୨୦ ରେ ମଧ୍ୟ ସମ୍ବଲପୁର କୁ ଆସୁଛନ୍ତି ଅନେକ ରାଷ୍ଟ୍ରୀୟ ସ୍ତର ର ନେତା ।
୧୯ ରେ ଦେଶ ର ପ୍ରତିରକ୍ଷା ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ସଭାପତି ରାଜନାଥ ସମ୍ବଲପୁର ଜିଲ୍ଲା ନକଟିଦେଓଲ ଠାରେ ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହା ସହିତ ୧୯ ରେ ବିଜେପି ଯୁବ ମୋର୍ଚ୍ଚା ର ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା ଏକ ବିଶାଳ ବାଇକ ରେଲି ରେ, ଛତିଶଗଡ଼ ର କ୍ୟାବିନେଟ ମନ୍ତ୍ରୀ ବ୍ରିଜ ମୋହନ ଅଗ୍ରୱାଲ ବିଭିନ୍ନ ରାଜନୈତିକ ସଭାରେ ରେ ଯୋଗ ଦେବେ । ଏହା ବ୍ୟତୀତ ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ଗୁରୁ ପ୍ରକାଶ ପାଶୱାନ ଏକ ସାମ୍ବାଦିକ ସାମ୍ବିଳନୀ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।