Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାଳ ହୃଦୟ ଡମ୍ବରୁଧର ଉଲକାଙ୍କ ପରଲୋକ

ସମ୍ବଲପୁର:ବିଷମକଟକ ନିର୍ବାଚନ ମଣ୍ଡଳୀର ବିଶାଳ ହୃଦୟ ର ମର୍ଯ୍ୟାଦା ପୁରୁଷ, ସ୍ୱାଭିମାନି ଆଦିବାସୀ ନେତା ତଥା ବର୍ଷୀୟାନ କଂଗ୍ରେସ ନେତା ଡ଼ମ୍ବରୁଧର ଉଲାକାଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ପରଲୋକ ହୋଇଛି।
ଭୁବନେଶ୍ୱର ସ୍ଥିତ କେଆର ହସପିଟାଲ ଠାରେ ରାତ୍ର ପ୍ରାୟ ସାଢ଼େ ଦଶଟାରେ ମୃତ୍ୟୁ ବରଣ କରିଥିବା ନେଇ ସ୍ୱର୍ଗତ ଉଲାକାଙ୍କ ପୁଅ ନୀଳ ମାଧବ ସୁଚନା ଦେଇଛନ୍ତି।ଆଜି ବାଙ୍କିଲି ଗ୍ରାମ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶବ ସତ୍କାର କରାଯାଇଛି।ପ୍ରକାଶ ଥ।ଉକି ୧୯୩୭ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ବର୍ତ୍ତମାନର ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ଠାରେ ଡ଼ମ୍ବରୁଧର ଉଲାକା ଜନ୍ମଗ୍ରହଣ କରିଥିଲେ। ବାପା ହେଉଛନ୍ତି ଶ୍ୟାମଘନ ଉଲ।କ। ଓ ମାତା ଯଶୋଦା ଉଲ।କ।। ମା ଓ ମାଟି ପାଇଁ କର୍ଯ୍ୟ କରି ୭ ଥର ବିଧାୟକ ତଥା ଗୁରୁତ୍ବ ପୂର୍ଣ୍ଣ ବିଭାଗ ଯଥା ଜଙ୍ଗଲ ଓ ପରିବେଶ ବିଭାଗ ଓ ଅର୍ବାନ ,ନଗର ଉନ୍ନୟନ ଭଳି ମନ୍ତ୍ରୀ ପଦରେ ରହି ନିଜ ଦକ୍ଷତାର ପ୍ରତିପାଦନ କରିଥିଲେ। କଂଗ୍ରେସ ଦଳ ରୁ ସେ ୧୯୭୪ ମସିହାରୁ ବିଷମକଟକରୁ ପ୍ରଥମେ ନିର୍ବାଚିତ ହୋଇ ୧୯୭୭,୧୯୮୦,୧୯୮୫,୧୯୯୫,୨୦୦୪ ଓ ୨୦୦୯ ମସିହା ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ ।୭ ଥର ବିଧ।ୟକ ହୋଇଥିବା ଏହି ବିଶାଳ ହୃଦୟଙ୍କୁ ଆଜି ରାୟଗଡ଼ା ମାଟି ହରେଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗନ୍ନାଥ୍ ସ।ରକ।, ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ,ଏନ ଭାସ୍କର ରାଓ, ସୁଧୀର ଦାସ, ଓକିଲ ବାବୁରାଓ ପଟ୍ଟନାୟକ,କଂଗ୍ରେସର ସପ୍ତଗିରୀ ଶଙ୍କର ଉଲ।କ।, ତାରା ପ୍ରସାଦ ବାହିନୀପତି,ଆପଲା ସ୍ଵାମୀ କାଡ୍ର।କ।, ଦୁର୍ଗା ପଣ୍ଡା, ବିଜେପିରର ଶିବ ପଟ୍ଟନାୟକ,କ।ଳିର।ମ୍ ମାଝି, ଶିବଶଙ୍କର ଉଲାକା, ଜଗନ୍ନାଥ ନୁଡ୍ରୁକା, ରାମ ବେହେରା ତଥା କଂଗ୍ରେସ ଦଳର ବହୁ କର୍ମୀ ଓ ନେତା ଶୋକ ପ୍ରକାଶ କରିଛନ୍ତି।ଆଜି ବ।ଙ୍କିଲି ଗ୍ରାମ ଶୋକାକୁଳ ହୋଇଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ,ଅତିରିକ୍ତ ପୋଲିସ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର, ପୋଲିସ ବାହିନୀ ଉପସ୍ଥିତରହି ରାଷ୍ଟ୍ରିୟ ମର୍ଯ୍ଯାଦା ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ମୁଖ୍ୟ ମନ୍ତ୍ରି ଗିରିଧର ଗମାଙ୍ଗ, ଜୟର।ମ୍ ପାଙ୍ଗି,ହେମା ଗମାଙ୍ଗ,ମୁନା ନନ୍ଦ,ବିଜୟ ଗମାଙ୍ଗ, ଧବେଲେଶ୍ୱର୍ ନାଇଡ଼ୁ, ରଘୁମନି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ,ମିନ ଷଡ଼ଙ୍ଗୀ, ଚିନ।ରୀ କ୍ରିଷ୍ଣା,ମାଧବ କୁମ୍ଡଦନ,ଝିନ ହିକ୍କା,ଜ୍ୟୋତି ସାହୁ ଓ ବହୁ ମ।ନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିକରି ସ୍ୱର୍ଗତ ଉଲାକାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories