ହୀରାକୁଦରେ ବ୍ଲଡ୍ ଡୋନର୍ସ ଗ୍ରୁପର ରକ୍ତଦାନ ଶିବିର


ସମ୍ବଲପୁର(ହୀରାକୁଦ): ବ୍ଲଡ଼ ଡୋନର୍ସ ଗ୍ରୁପ ହୀରାକୁଦ ଦ୍ୱାରା ପୌରପାଳିକା କଲ୍ୟାଣ ମଣ୍ଡପ, ହୀରାକୁଦ ଠାରେ ଏକ ଗ୍ରୀଷ୍ମକାଲୀନ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ଜ୍ଞାନେନ୍ଦ୍ର କିସ୍ପୋଟା ଓ କର୍ମଚାରୀ ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ବାଇନୁ କରୁଣାକର ସାହୁ, ଜନକ ବେହେରାଙ୍କ ସମେତ ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର ସଭ୍ୟ /ସଭ୍ୟା କରୁଣାକର ବିଶ୍ୱାଳ, ହରେକୃଷ୍ଣ ବେହେରା, କେ.ସାଇପ୍ରସଦ ରାଓ,ଯୋସେଫ ପ୍ରଧାନ, ଯୋଗେଶ ପଣ୍ଡା ପ୍ରମୋଦ ପଣ୍ଡା ପ୍ରତିମା ପ୍ରଧାନ , ଝୁନୀ ପଣ୍ଡା, ,ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଆୟୋଜିତଏହି ରକ୍ତଦାନ ଶିବିରରେ ସର୍ବମୋଟ ୭୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଗ୍ରୀଷ୍ମକାଳ ସମୟରେ ସମଗ୍ର ଜିଲ୍ଲାରେ ରକ୍ତର ଘୋର ଅଭାବ ରହିଥିବା ବେଳେ ହୀରାକୁଦ ବ୍ଲଡ ଡୋନର୍ସ ଗ୍ରୁପର ଏଭଳି ଉଦ୍ୟମକୁ ସବୁ ମହଳରେ ପ୍ରଶଂସା କରାଯାଇଛି।