Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମାପନ : ପାଞ୍ଚ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ବକ୍ସ ରେ ସିଲ :

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପନ ହୋଇଛି । ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା କ୍ଷେତ୍ରରେ ୧ଲକ୍ଷ ୬୫ ହଜାର ୪୧୨ ଜଣ ଭୋଟର ଙ୍କ ମଧ୍ୟରୁ ପୁରୁଷ ଭୋଟର ୭୯ ହଜାର ୨୫୫ଜଣ ଏବଂ ମହିଳା ଭୋଟର ୮୬ ହଜାର ୧୩୫ ଜଣ ଉଭୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ୮୨ ନମ୍ବର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ଟି ବ୍ଲକ ବାଲିଗୁଡା,ତୁମୁଡିବନ୍ଧ, କୋଟଗଡ ଓ କ.ନୁଆଗାଁ ବ୍ଲକ ସମେତ ବାଲିଗୁଡା ଏନଏସିରେ ଭୋଟ ସମାପନ ହୋଇଛି । ସକାଳ ୭ଟାରୁ ପ୍ରତ୍ୟେକ ବୁଥରେ ଭୋଟ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା l କେତେକ ବୁଥ୍ ରେ ପ୍ରବଳ ଗହଳି ଥିବା ଯୋଗୁଁ ରାତି ପର୍ଯ୍ୟନ୍ତ ମତଦାନ ଚାଲିଥିଲା l କେତେକ ସ୍ଥାନରେ ଇଭିଏମ ମେସିନ ତୃଟିଥିବା ଦେଖିବାକୁ ମିଳିଥିଲା, ବାଲିଗୁଡା ସୁନାପାଙ୍ଗା ସାହିର ୪୧ନଂ ବୁଥ ,ଭଗାମୁଣ୍ଡା ବିଦ୍ୟାଳୟରେ ହୋଇଥିବା ବୁଥର ମେସିନ କିଛି ସମୟ ପାଇଁ ଅଚଳ ହୋଇଥିଲା l କିନ୍ତୁ ଏହାକୁ ସଜାଡିବା ପରେ ଭୋଟର ନିଜର ମତଦାନ କରିଥିଲେ । ବାଲିଗୁଡା ବିଜେଡି ଦଳର ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁର ନିଜ ଗ୍ରାମ କ.ନୁଆଗାଁ ବ୍ଲକ ଦାଉଙ୍ଗିଆ ପ୍ରଥାମିକ ବିଦ୍ୟାଳୟରେ ବୁଥ ନଂ ୬୪ ରେ ନିଜ ମତଦାନ କରିଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ନିଜ ଗ୍ରାମ କ.ନୁଆଗାଁ ବ୍ଲକର ସଲାଗୁଡା ଗ୍ରାମର ବୁଥ୍ ନଂ ୭୩ ରେ ମତଦାନ କରିଛନ୍ତି l ସେହିଭଳି ବଜେପିର କଳ୍ପନା କହଁର ବାଲିଗୁଡା ବ୍ଲକ ଖମନଖୋଲରେ ନିଜ ମତଦାନ କରିଛନ୍ତି । ପ୍ରବଳ ଗରମ ଓ 0ଖରା ଦିନକୁ ଲକ୍ଷ୍ୟ କରି ପ୍ରତ୍ୟେକ ବୁଥରେ ପିଇବା ପାଣି, ଓଆରଏସ ପାଣି ଆଦି ବ୍ୟବସ୍ଥା କରାଯାଇଥିଲା । ବାଲିଗୁଡାର ଦୁର୍ଗମ ଅଂଚଳରେ ଅନେକ ବୁଥ ରହିଛି । ଯାହାକି ରାତ୍ର ୯ ଟା ସୁଧା କିଛି ବୁଥର ଈଭିଏମ ମେସିନ ସହ ପୋଲିଂ ପାର୍ଟି ପହଁଚି ସମସ୍ତ ସାମଗ୍ରୀ ଦାଖଲ କରିଛନ୍ତି କିନ୍ତୁ ଅନେକ ବୁଥର ସାମଗ୍ରୀ ଏବଂ ପୋଲିଂ ପାର୍ଟି ବିଳମ୍ବ ରେ ପହଁଚୁଛନ୍ତି । ଉପଜିଲ୍ଲପାଳ ଡା.ରୀନା ପ୍ରଧାନ କହିଛନ୍ତି ଯେ, ସଂନ୍ଧ୍ୟା ୫ଟା ସୁଧା ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ୬୦ ଶତକଡା ଭୋଟହାର ହୋଇଛି କିନ୍ତୁ ସନ୍ଧ୍ୟା ସୁଧା କେତେକ ବୁଥର ତଥ୍ୟ ଆସିନାହିଁ l ଆସିଲେ ଏଥର ଭୋଟହାର ନିହାତି ଭାବେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ବୋଲି ଉପଜିଲ୍ଲାପାଳ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ