Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲ: ୩୧୫୦ ସ୍ୱୟଂ ସହାୟକ ଦଳକୁ ୧୦୮ କୋଟି ଟଙ୍କାର ସୁଧବିହୀନ ଋଣ,କାମ ଶୁନ୍

ସମ୍ୱଲପୁର:ବିଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମହିଳା ସଶକ୍ତି କରଣର ଡିଣ୍ଡିମି ଏବେ ପଦାରେ ପଡିଛି।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ବିଜେଡି ସରକାର ଏହାକୁ ମୂଳମନ୍ତ୍ର କରିଥିବା ବେଳେ ରେଢାଖୋଲରେ ଏହାର ବାସ୍ତବ ଚିତ୍ର ପ୍ରଚାର ଠାରୁ ବହୁତ ଦୂରରେ।
ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ହେଲେ ରାଜନୀତିକ ସ୍ୱାର୍ଥ ରଖି ବିକାଶ କୁ ବିରୋଧ କରୁଥିବା ଲୋକଙ୍କ ଆଖିକୁ ଏହା କେବେ ଦେଖାଯିବନି ବୋଲି ବିଜେଡି କହୁଥିବା ବେଳେ ଏସଏଜି ନାମରେ ବିଜେଡିର ବାହାଷ୍ପୋଟ ଏବେ ହାଟରୁ ଗଡି ପଦାରେ ପଡିଲାଣି।
ରେଢାଖୋଲ ନିର୍ବାଚନ ମଣ୍ଡଳୀରେ କରାଯାଇଥିବା ଉନ୍ନତିମୂଳକ କାମର ହିସାବ ଦେଇଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି । ବିଗତ ଦିନରେ ରେଢାଖୋଲର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ଗ୍ରାମ ମାନଙ୍କରେ ହୋଇଥିବା ବିକାଶମୂଳକ କାମର ହିସାବ ଦେଇଛନ୍ତି।
ବିକାଶ କାମର ହିସାବ ଦେଇ ଡ. ଲେନିନ୍ ମହାନ୍ତି କହିଥିଲେ ମନ୍ଦିର ମଠ ଠାରୁ ଆରମ୍ଭ କରି ଜଳସେଚନ, ପାନୀୟ ଜଳ, କ୍ରୀଡା, ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, କେନ୍ଦୁପତ୍ର ତେଳାଳୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । କିନ୍ତୁ ଏହାର ବାସ୍ତବତାକୁ ନିଜେ ନପରଖି ଏୟାର କଣ୍ଡିସନ ରୁମରେ ବସି ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିକାଶ ହିସାବ ଦେବାର କିଛି ଅର୍ଥ ରହୁନି ବୋଲି ସାଧାରଣରେ ଚର୍ଚା ହେଉଛି।ଯୁଯୁମୁରା ଠାରେ ସାଢେ ବାରକୋଟି ଟଙ୍କା ବ୍ୟୟ ଅଟକଳରେ ଏକ ହକି ଟ୍ରେନିଙ୍ଗ୍ ସେଣ୍ଟର ନିର୍ମାଣ କରାଯାଇଛି ବୋଲି କହିଥିବା ବେଳେ ଏଯାବତ ସେଠାରେ କେତୋଟି ଟ୍ରେନିଙ୍ଗ୍ ହୋଇଥିବା ସେ ଜାଣିଛନ୍ତି ତାର କିଛି ସରକାରୀ ନଥିପତ୍ର ରେ ଉଲ୍ଲେଖ ଅଛିକି ବୋଲି ପାଲଟା ସାଧାରଣରେ ପ୍ରଶ୍ନ ଉଠିଲାଣି।ରେଢାଖୋଲ ଏନଏସିରେ ୬ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଛି ବୋଲି କହୁଥିବା ବେଳେ ସେହି ଷ୍ଟାଡିୟମରେ କେତୋଟି ଜିଲ୍ଲା ଅବା ବିଧାନସଭା ସ୍ତରୀୟ ଟୁର୍ନାମେଣ୍ଟ ହୋଇଛି ତାର କିଛି ହିସାବ ଦେଇପାରିବେକି ବୋଲି ଜନତା ପ୍ରଶ୍ନ କରିଛନ୍ତି।
ସବୁଠୁ ବଡ କଥା ହେଲା ରେଢାଖୋଲ ଅଞ୍ଚଳର ୩୧୫୦ ଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀକୁ ୧୦୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ କରାଯାଇଛି ।କିନ୍ତୁ ଏହି ନିର୍ବାଚନ ମଣ୍ଡଳୀରେ ଗୋଟିଏବି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଜି) ନିଜ ଗୋଡରେ ନିଜେ ଠିଆ ହୋଇଥିବା ଭଳି ଦୃଷ୍ଟାନ୍ତ ନାହିଁ।ଅର୍ଥାତ ଏମାନଙ୍କ ଉପରେ ଫୋକସ କରି ସରକାର ସଚିବ ସ୍ତରରୁ ତଳ ସ୍ତର ଅଫିସର ଯାଏ କେହି ଜଣେ ଛାତିରେ ହାତମାରି କହିପାରିବେନି ଅମକ କି ସମକ ମହିଳା ଗୋଷ୍ଠୀ ଓଡିଶା ପାଇଁ ଏକ ଦର୍ପଣ। ଅର୍ଥାତ ରେଢାଖୋଲରେ କୌଣସି ଜଣେ ଅଫିସର ଅବା ବ୍ୟାଙ୍କ କର୍ତ୍ତୃପକ୍ଷ ନିଜର ଦକ୍ଷତା ପ୍ରଦର୍ଶନ କରିନଥିଲେ ମଧ୍ୟ ସରକାର କାହିଁକି ନୀରବ ଦ୍ରଷ୍ଟା ସାଜିଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିବା ବଡ କଥା ନୁହେଁ,କିମ୍ବା ବ୍ୟାଙ୍କ ଋଣକୁ ମୁଖ୍ୟମନ୍ତ୍ରୀ ନିଜର ସ୍କିମ ବୋଲି ବିଚାର କରିବାବି ଠିକ ନୁହେଁ।ବରଂ ଗୋଷ୍ଠୀ ମାନଙ୍କୁ ଯେଉଁ ଋଣ ଦିଆଯାଉଛି ତାହାର ସତ୍ ବିନିଯୋଗ ନେଇ ସରକାର କଣ ସବୁ ସାଧନ ଚିନ୍ତା କରିଛନ୍ତି ବା ଏହାର ସଫଳତା ନେଇ ରେଢାଖୋଲରେ ସେଭଳି କିଛି ବାସ୍ତବ ଚିତ୍ର ସାମ୍ନାକୁ ଆସୁନାହିଁ। କିନ୍ତୁ ମହିଳା ସଶକ୍ତି କରଣ ନାମରେ ରାଜ୍ୟ ସରକାର ଯେଉଁ ଡିଣ୍ଡିମି ପିଟୁଛନ୍ତି ତାହାର ଦକ୍ଷତା ପ୍ରମାଣହିଁ ସରକାରଙ୍କ ମୂଳ ଲକ୍ଷ ହେବା ଉଚିତ।ଏହାକୁ ସରକାର ଭୁଲିନଯାଇ କେବଳ ଆତ୍ମ ପ୍ରଚାର କଲେ ଏହାର ସୁଫଳ ପରିବର୍ତ୍ତେ ବିଫଳତାହିଁ ସାମ୍ନାକୁ ଆସିବା ଭଳ ଲକ୍ଷଣ ନୁହେଁ।
ଏଭଳି ଏକ ଆତ୍ମପ୍ରଚାର ପ୍ରସଙ୍ଗକୁ ସମାଜର ସବୁ ପରିବାର ବର୍ଗ ଚାହିଁ ବସିଛନ୍ତି ତାଙ୍କ ଝିଅ,ବୋହୂ,ସ୍ତ୍ରୀ,ମାଁ ଅବା କୌଣସି ସଂପର୍କୀୟ ମହିଳା କେତେ ଆତ୍ମ ନିର୍ଭରଶୀଳ ୧୦୮ କୋଟି ଟଙ୍କାର ଋଣ ନେବା ପରେ। ତା ଠାରୁ ବଡ ପ୍ରଶ୍ନ ହେଉଛି ରାଜ୍ୟ ସରକାର ବ୍ୟାଙ୍କରୁ ଋଣ ଦେଇ ମହିଳା ବିକାଶ ପ୍ରତିବଦଳରେ ଯୁବ ଶକ୍ତିକୁ ଆତ୍ମନିର୍ଭରଶୀଳ କରିବାକୁ କାହିଁକି କୌଣସି ନିଯୁକ୍ତି ଅବା ଋଣ ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି ? ଏହାହିଁ ନୂଆଁ ଓ ନବୀନ ଓଡିଶା ପାଇଁ ବଡ ଦର୍ଶନର ବାର୍ତ୍ତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ