Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ହାଇ ସ୍କୁଲରେ ସ୍କୁଲ ସଚେତନତା କାର୍ଯ୍ୟକ୍ରମ ଏଵଂ ଅନ୍ୟାନ୍ୟ ପ୍ରତିଯୋଗିତା

ସମ୍ବଲପୁର:ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାୟରେ ଶନିବାର ତା-୦୮.୧୧.୨୦୨୫ରିଖ ଦିନ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ତରଫରୁ ଆୟୋଜିତ ଏକ ବିଦ୍ୟାଳୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁମିତା ପତ୍ରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଟକ ରୁ ଆସିଥିବା NDRF ଦଳ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜ ତଥା ଅନ୍ୟ ମାନଙ୍କ ଜୀବନକୁ ସୁରକ୍ଷିତ ରଖାଯାଇ ପାରିବ ସେ ସମନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ଏଥିସହିତ ବିଦ୍ୟାଳୟରେ ଏନର୍ଜୀ କ୍ଲବ ଏବଂ ଟ୍ରାଫିକ କ୍ଲବ ତରଫରୁ ଦୁଇଟି କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏନର୍ଜି କ୍ଲବ ଶିକ୍ଷକ ପ୍ରଦୀପ କୁମାର ସାହୁ , ପ୍ରିଂସ୍ମିତା ରାଣୀ ବିଶି, ଅପର୍ଣ୍ଣା ପଣ୍ଡା ଏବଂ ଜେ. ଅର୍.ସି କାଉନସେଲର ଦାୟୀତ୍ଵ ରେ ଥିବା ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ ଉକ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। ଅନେକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ