Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୧ରୁ ବଦଳୁଛି ନିୟମ; RTOରେ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ RTO କୁ ଧାଇଁବାକୁ ପଡିବ ନାହିଁ କି ଦୀର୍ଘଦିନ ଅପେକ୍ଷା କରିବାକୁ ପଡିବନି । କାରଣ ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ ।
ଏଥର ନଜର ପକାନ୍ତୁ ଡ୍ରାଇଭିଂ ଲାଇସେନ୍ସକୁ ନେଇ ପରିବର୍ତ୍ତପ ହୋଇଥିବା କିଛି ନିୟମ ସମ୍ପର୍କରେ ।
ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ
• ଜୁନ ୧ରୁ ଆବେଦନକାରୀମାନେ RTO ବଦଳରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ ମଧ୍ୟ RTO ଯିବାକୁ ପଡିବନି। ଯେଉଁ ଟ୍ରେନିଂ ସେଣ୍ଟରରେ ଟେଷ୍ଟ ଦେଇଥିବେ, ସେହିଠାରୁ ସାର୍ଟିଫିକେଟ ପାଇପାରିବେ ।
• ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ପାଇଁ ଶାରୀରିକ ଯାଞ୍ଚ (ଫିଜିକାଲ ଟେଷ୍ଟ)କୁ ହ୍ରାସ କରିଛି।
ଘରୋଇ ଡ୍ରାଇଭିଂ ସ୍କୁଲ୍ ପାଇଁ ନୂଆ ନିୟମ
• ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକରେ ହାଲୁକା ମୋଟର ଯାନ ତାଲିମ ପାଇଁ ସର୍ବନିମ୍ନ ଏକ ଏକର ଜମି ଓ ଭାରୀ ମୋଟର ଯାନ ତାଲିମ ପାଇଁ ୨ ଏକର ଜମି ରହିବା ଜରୁରୀ ।
• ସ୍କୁଲଗୁଡିକରେ ଆବଶ୍ୟକୀୟ ସୁବିଧା ରହିଥିବା ଆବଶ୍ୟକ ।
• ପ୍ରଶିକ୍ଷକମାନେ ନିଶ୍ଚିତ ଭାବରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା, ଅତି କମରେ 5 ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ, ଆଇଟି ସିଷ୍ଟମ ଜ୍ଞାନ ଥିବା ଆବଶ୍ୟକ ।
ଟ୍ରେନିଂ ଅବଧି
ହାଲୁକା ମୋଟର ଯାନ (LMV): ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଟ୍ରେନିଂ ଦିଆଯିବ, ଯେଉଁଥିରେ ୮ ଘଣ୍ଟାର ଥିଓରି ଓ ୨୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ ।
ଭାରୀ ମୋଟର ଯାନ (HMV): ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟା ଟ୍ରେନିଂ । ୮ ଘଣ୍ଟା ଥିଓରି ଏବଂ ୩୧ ଘଣ୍ଟା ପ୍ରାକ୍ଟିକାଲ ।
ଲାଇସେନ୍ସ ସମ୍ବନ୍ଧୀୟ ଦେୟ:-
• ଲାନର୍ସ ଲାଇସେନ୍ସ: ୧୦୦ ଟଙ୍କା
• ଲାନର୍ସ ଲାଇସେନ୍ସ ଟେଷ୍ଟ: ୫୦ ଟଙ୍କା
• ଡ୍ରାଇଭିଂ ଟେଷ୍ଟ: ୩୦୦ ଟଙ୍କା
• ଡ୍ରାଇଭିଂ ଲାଇସେନ୍ସ: ୨୦୦ ଟଙ୍କା
• ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଅନୁମତି: ୧,୦୦୦ ଟଙ୍କା
ଡ୍ରାଇଭିଂ ଲାଇସେନ୍ସ ପାଇଁ କିପରି ଆବେଦନ କରିବେ
• https://parivahan.gov.in/ ରେ ଅନଲାଇନ୍ କିମ୍ବା ଅଫଲାଇନ୍ ଆବେଦନ କରିପାରିବେ ।
• ଆବେଦନ ପ୍ରକ୍ରିୟା ଲାଇସେନ୍ସ ପ୍ରକାର ଉପରେ ନିର୍ଭର କରେ ।
• ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ଓ ଲାଇସେନ୍ସ ଅନୁମୋଦନ ପାଇଁ RTO ଯିବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ