ଭୁବନେଶ୍ବର: ଦିନକ ପରେ ଦେଶରେ ଷଷ୍ଠ ଓ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଚନ୍ତି ।
ସେ କହିଛନ୍ତି, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର । ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍ । ୨୧% ଯୁବ ଭୋଟର୍ ରହିଛନ୍ତି । ୩ ହଜାର ଭୋଟର୍ ୮୫ ବର୍ଷରୁ ଅଧିକ ବୟସ୍କ ଘରୁ ମତଦାନ କରିଛନ୍ତି । ତୃତୀୟ ପର୍ଯ୍ୟାୟ ଭୋଟିଂରେ ମୋଟ ସାଂସଦ ପ୍ରାର୍ଥୀ ଅଛନ୍ତି ୬୪ ଓ ୩୮୩ ଜଣ ବିଧାୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଆଗକୁ ସେ କହିଛନ୍ତି, ତୃତୀୟ ପର୍ଯ୍ୟାୟରେ ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧ ରହିଛି । ୨ ହଜାର ମଡେଲ ବୁଥ କରାଯାଇଛି । ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି । ଅନ୍ଧାରୀ ବିଜେ ରୋକିବାକୁ Silent Hour ଆରମ୍ଭ ହେବ । ସବୁ ହୋଟେଲ, ଗେଷ୍ଟ ହାଉସ୍ ଯାଞ୍ଚ ହେବ । କେହି ଯେମିତି ନିର୍ବାଚନ ମଣ୍ଡଳୀର ବାହାର ଲୋକ ରହିବେ ନାହିଁ । ନିୟମ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ୬ ସଂସଦୀୟ କ୍ଷେତ୍ରରେ ମୋଟ ୨୬୩.୫୫ କୋଟି ଟଙ୍କାର ସିଜର ହୋଇଛି । ୬ଟି ସଂସଦୀୟ କ୍ଷେତ୍ରରୁ ୧୨ କୋଟି ୨୨ ଲକ୍ଷ ଟଙ୍କା ଜବତ କରାଯାଇଛି । ୧୨ କୋଟି ୮୩ ଲକ୍ଷ ଟଙ୍କର ମଦକୁ ମିଶାଇ ମୋଟ ୮୭ କୋଟି ଟଙ୍କା ଜବତ । ଭୁବନେଶ୍ୱରରୁ ୯.୬୬ କୋଟି ଓ ପୁରୀରୁ ୨.୮୨ ଲକ୍ଷ ଜବତ କରାଯାଇଛି ।
ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଓଡ଼ିଶା ପ୍ରସ୍ତୁତ
