Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ସ୍ବାମୀ ଙ୍କ ଦେହ ଅସୁସ୍ଥ ଥବାରୁ ସେ ଉଦ୍ଧାର ମାଗୁଥିଲେ ତାଙ୍କୁ ଟଙ୍କା ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ ।

ହାଟଡିହୀ,୨୩l୫: ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ସ୍ବାମୀ ଙ୍କ ଦେହ ଅସୁସ୍ଥ ଥବାରୁ ସେ ଉଦ୍ଧାର ମାଗୁଥିଲେ ତାଙ୍କୁ ଟଙ୍କା ଦେବାକୁ ଯାଉଥିବା ବେଳେ ଧରିଲା ଫ୍ଲାଇଂ ସ୍କ୍ୱାଡ । ଆସନ୍ତା’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ l ଫଳରେ ନିର୍ବାଚନୀ ପ୍ରଚାର ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନାନୁସାରେ, ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ତାଙ୍କୁ ଦେଖା କରିବାକୁ ଯାଉଥିଲେ l ଏଥିସହ ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଧାର ସୂତ୍ରରେ ଆର୍ଥିକ ସହାୟତା ସାବିତ୍ରୀଙ୍କୁ ୧ ଲକ୍ଷ୍ ଟଙ୍କା ମାଗିଥିଲେ l ସାବିତ୍ରୀ ଆଜି ସକାଳୁ ୮୫ ହଜାର ଟଙ୍କା ନେଇ ନିଜ ଗାଡ଼ିରେ ଯାଉଥିଲେ l ଯାଉଥିବା ବେଳେ ନିର୍ବାଚନକୁ ଆଖି ଆଗରେ ରଖି ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ତରତରାଠାରେ ପୂର୍ବରୁ ବିଭିନ୍ନ ଗାଡିକୁ ଫ୍ଲାଇଂ ସ୍କ୍ୱାଡ ଚେକ କରୁଥିଲା l ଉକ୍ତ ଟିମ୍ ସାବିତ୍ରୀଙ୍କ ଗାଡିକୁ ଚେକ କରିଥିଲା l ତାଙ୍କ ଠାରୁ ୮୪ ହଜାର ୪୦୦ ଟଙ୍କା ଜବତ କରିଥିଲା l ସାବିତ୍ରୀ କହିଛନ୍ତି, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ମେଡିକାଲ ଖର୍ଚ୍ଚ ପାଇଁ ଧାର ସୂତ୍ରରେ ଆର୍ଥିକ ସହାୟତା ମାଗିଥିଲେ l ସେହି ଟଙ୍କା ନେଇ ଯାଉଥିବା ବେଳେ ସ୍କ୍ୱାଡ ଟିମ ଉକ୍ତ ଟଙ୍କା ଜବତ କରି ନେଇଛନ୍ତି l ସାବିତ୍ରୀ ହାଟଡିହୀ ବ୍ଲକ ଅଧ୍ୟକ୍ଷା ଭାବେ ଏବେ କାର୍ଯ୍ୟ କରୁଛନ୍ତି l ଅପରପକ୍ଷେ ବିରୋଧୀ ଏହାକୁ ନେଇ ରାଜନୈତିକ ରୂପ ଦେବା ଆରମ୍ଭ କରିଦେଇଛି l ଭୋଟରଙ୍କୁ ଟଙ୍କା ବାଣ୍ଟିବା ପାଇଁ ଯାଉଥିବା ବେଳେ ଟିମ ଧରିଥିବା ବିରୋଧୀ କହୁଛନ୍ତି l ଏହାର ଜବାବରେ ସାବିତ୍ରୀ କହିଛନ୍ତି, ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ପାଇଁ ଦିନରେ କେହି ରାଜରାସ୍ତାରେ ୮୪ ହଜାର ୪୦୦ ଟଙ୍କା ଧରି ଯାଆନ୍ତି ନାହିଁ l ଏହା ଛଡା ଯେ ହେତୁ ମୋ ସ୍ବାମୀ ଜଣେ ପ୍ରାର୍ଥୀ ହୋଇଛନ୍ତି ତେଣୁ ତାଙ୍କ ର ବ୍ୟସ୍ତତା ଭିତରେ ଯେଉଁ ଟେଣ୍ଡ, ଫ୍ଲେକ୍ସ ଦୋକାନୀ ରେ ବାକି ରହିଛି ତାକୁ ମୁଁ ପରିଷଦ କରିବାପାଇଁ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନ ରେ ବାକି ରହିଥିବା ଟଙ୍କା ପରିଷଦ କରିବା ନିୟମ ରହିଛି। ତେଣୁ ମିଛ ରେ ୧୭ ଲକ୍ଷ୍ୟ ଟଙ୍କା କହି ଅପପ୍ରଚାର କରିବା ବିରୋଧୀଙ୍କ ଏକ ଜନ୍ମଗତ ଅଭ୍ୟାସ ଅଟେ l