Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ରେ ସୁବ୍ୟବସ୍ଥିତ ରବି ଧାନ କ୍ରୟ ସହିତ ନିୟନ୍ତ୍ରଣ କକ୍ଷ ଦ୍ଵାରା ତୁରନ୍ତ ଅସୁବିଧା ର ସମାଧାନ କରାଯିବ ; ଜିଲ୍ଲାପାଳ ଅନ୍ୟା ଦାସ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀ ମାନଙ୍କ ରବି ଧାନ ସୁବିଧାରେ ଏବଂ ବ୍ୟବସ୍ଥିତ ହିସାବରେ ଯୋଗାଣ ବିଭାଗ କ୍ରୟ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଗତ 22 ତାରିଖରେ ବିନିକା ବଜାର ପ୍ରାଙ୍ଗଣରେ ଜିଲ୍ଲାର ଧାନ କ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି l ଏହା ସହିତ ପ୍ରଶାସନ ତରଫରୁ ଏକ ପ୍ରେସ ବିଜ୍ଞ୍ୟପ୍ତି ମାଧ୍ୟମରେ ସୂଚୀତ କରାଯାଇଛି ଯେ ଜିଲ୍ଲାରେ ଧାନ ବିକ୍ରୟ ସମୟରେ ଚାଷି ମାନଙ୍କ କୌଣସି ଅସୁବିଧା ଅଭିଯୋଗ ର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ଯୋଗାଣ ବିଭାଗ ରେ ଏକ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି l ଏହାର ଦାୟିତ୍ୱରେ ବିଭିନ୍ନ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି l ସେମାନେ ଚାଷି ମାନଙ୍କର ଧାନ ବିକ୍ରି ସମ୍ବନ୍ଧୀୟ ସମସ୍ୟା ବୁଝିବା ସହିତ ଜିଲ୍ଲାରେ ଦୈନିକ ଧାନକ୍ରୟ ର ହିସାବ ରଖିବେ ଏବଂ ମିଲର ମାନଙ୍କ ଦ୍ୱାରା ସମୟୋଚିତ ଧାନ ଉଠାଣ ଉପରେ ଗୁରୁତ୍ୱ ଦେବେ l ଏହି ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ମୋବାଇଲ ନମ୍ବରରେ କୌଣସି ଚାଷି ସେମାନଙ୍କ ଧାନ ବିକ୍ରୟ ସମ୍ବନ୍ଧୀୟ ସମସ୍ୟା ଏବଂ ଅଭିଯୋଗ ଜଣାଇପାରିବେ l ସେମାନେ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ ଯୋଗେଶ୍ୱର ସାଇ – 7608958282, ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାଶ- 9668574334 l ଏହାସହିତ ସୋନପୁର ଓ ତରଭା ବ୍ଲକ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଆଶିଷ କୁମାର ମେହେର- 8658889912, ବିରାମହରାଜପୁର ଓ ଉଲୁଣ୍ଡା ବ୍ଲକ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଶିବାଶଙ୍କର ଦାଶ- 7751868811 ଏବଂ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ପାଇଁ ଡାଟା ଏଣ୍ଟ୍ରି ଅପରେଟର ରଞ୍ଜନ ଦୀପ- 9853221759 ଙ୍କ ମୋବାଇଲ ନମ୍ବର ସହିତ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିପାରିବେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ