Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଠ ବୁଥ୍ ରେ ନିର୍ବାଚନ ଠେଲା ପେଲା କୁ ନେଇ କୁଣ୍ଡି ସାହି ଗାଁ ରେ ଅନ୍ୟ ଗାଁ ଲୋକଙ୍କ ଦ୍ୱାରା ଗଣ୍ଡଗୋଳ ।

ହାଟଡିହି ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ରେ ଚାଲିଥିଲା। ଯାହାକୁ ନେଇ ହାଟଡିହି ପଞ୍ଚାୟତ ର ୧୩୬ ନମ୍ୱର୍ ବୁଥ ରେ ଅନ୍ୟ ପଞ୍ଚାୟତ ର ଲୋକେ ଆସି  ଖରାପ ଭାଷା ରେ ଗାଳି ଗୁଲଜ କରୁଥିଲେ ତାକୁ ପ୍ରଥମେ ବୁଥ ଭିତରେ ରହିଥିବା ଲୋକ ମାନେ ଶୁଣି ଚୁପ୍ ରହିଥିଲେ ପରେ ଉକ୍ତ ସ୍ଥାନ ରେ ସେହି ଯୁବକ ଆସି ପୁନଃ ଗାଳି ଗୁଲଜ ଆରମ୍ଭ କରିବାରୁ ବୁଥ ପାଖରେ ଥିବା ଯୁବକ ମାନେ ତାକୁ ଠେଲା ପେଲା ଆରମ୍ଭ କରିଥିଲେ। ବୁଥ କୁ ଧରି ଆସିଥିବା ଭୋଟର ଜଣକ ଉକ୍ତ ଯୁବକ କୁ ବଞ୍ଚାଇ ବାକୁ ଯାଇ ନିଜେ ପ୍ରବଳ ମାଡ ଖାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସନ୍ଧ୍ୟାରେ କୁଣ୍ଡିସାହି  ଗାଁ ଭିତରେ ପଶି ରାଜେଶ ଜେନା ଙ୍କ ଘର ପାଖରେ ଛେନାପଦି ଓ ଜଳକଳଙ୍ଗ ପିଲା ମାନେ ପ୍ରବଳ ପାଟିତୁଣ୍ଡ ଆରମ୍ଭ କରିଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ସାସଙ୍ଗ ପଞ୍ଚାୟତ ସଭ୍ୟ ଜଗତାନନ୍ଦ ଜେନା ଙ୍କୁ ଅଟକ ରଖିଥିଲା ଏହା ସହ ଗୋଟିଏ ମଟର ସାଇକେଲ ମଧ୍ୟ ଘଟଣା ସ୍ଥଳରୁ ଜବତ ରଖିଛି। ଥାନା ରେ ଏକାଧିକ ଲୋକଙ୍କ ନାମରେ କେଶ ଦାୟର ହୋଇଛି।