ଟ୍ରାଇଡେଣ୍ଟ ଗାଳାକ୍ସି ଆପାର୍ଟମେଣ୍ଟ ରେ ଆବାସିକ ସୋସାଇଟି ଗଠନ ନେଇ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି.
ଓଡିଶା ଆପାର୍ଟମେଣ୍ଟ(O &M)ଆଇନ 2023 ଅନୁସାରେ ପ୍ରତେକ ଆପାର୍ଟମେଣ୍ଟ ରେ ଗୋଟିଏ ଆବାସିକ ସୋସାଇଟି ରହିବାର ବ୍ୟବସ୍ଥା ଅଛି.
ଏହି ଆଇନ ରେ ଅନୁ ସୂଚିତ ଅଛିଯେ, ଯଦି ଏଇ ଆଇନ ଆସିବା ପୂର୍ବରୁ କୌଣସି ଆପାର୍ଟମେଣ୍ଟ ରେ ପୂର୍ବର କୌଣସି ଆଇନ ଅନୁଯାଇ କିମ୍ବା ଓଡିଶା ରେଜିଷ୍ଟ୍ରସନ ଆଇନ 1860 ଅନୁଯାଇ ଅନୁ ବନ୍ଧିତ କୌଣସି ଆବାସିକ ଆଶ୍ସୋସିଏସନ କାର୍ଯ୍ୟ କାରୀ ଥାଏ,
ତାହେଲେ କେବଳ ନୂଆ ଆଇନ ର ବାଇ ଲ ଗ୍ରହଣ କରି Form C ରେ apply କଲେ, Competent Authority ତାହା ଗ୍ରହଣ କରି ଆସୋସିଏସନ ଅଫ ଆଲୋଟିଶ ର ମାନ୍ୟତା ଦେବା କଥା.
ସେଇ କ୍ରମରେ ଏଠାରେ Trident galaxy Residents welfare Association (TGRWA ) ନାମରେ ଏକ registered Association ଆବାସିକ ସଂଘ ଅଛି.
କିନ୍ତୁ ବିଲଡର ସଂସ୍ଥା ଏହି ଆବାସିକ ସଙ୍ଘ କୁ ମେଣ୍ଟାନାନ୍ସ ହସ୍ଥାନ୍ତର ନକରି ତାକୁ ସୁହଉ ଥିବା ଆଉ ଏକ ଆବାସିକ ସଙ୍ଘ ଗଠନ କରିବାକୁ ଉଦ୍ୟମ କରୁଛି
ଏହାକୁ ବିରୋଧ କରି ଆଜି TGRWA ର 500 ଗୃହ ମାଲିକ ମିଳିତ ହୋଈ ପ୍ରତିବାଦ ଏବଂ ରାଲି କରି ବିଲଡର ବିରୋଧ ରେ ଆନ୍ଦୋଳନ କରିଥିଲେ.
ଉଲେଖ୍ହ ଯୋଗ୍ୟ ଯେ ବିଲଡର ପ୍ରୋଜେକଟ ଅନ୍ତର୍ଭୁକ୍ତ ବହୁତ ପ୍ଲଟ କୁ ବାଉଣ୍ଡ୍ରି ବାହାରେ ରଖି ତାର ଅନ୍ୟ ପ୍ରୋଜେକଟ ରେ ବ୍ୟବହାର କରୁଛି
ଏମିତିକି ବେଆଇନ ଭାବେ ଭୁତଳ ଜଳ ବ୍ୟବହାର କରି କୋଟି କୋଟି ଟଙ୍କା ର ରାଜସ୍ବ ଫାଂକିଛି.
ପରିବେଶ ଏବଂ ଫାୟାର ଲାଇସେନ୍ସ ରେ ବହୁ ଅନିମୟତା ଅଭିଯୋଗ ହେଈ ଆସୁଥିଲେବି ବିଲଡର କର୍ଣ୍ଣପାତ କରୁ ନାହିଁ
ଏ ସବୁ ଅଭିଯୋଗ ନେଇ ଆଜି ଆବାସିକ ସଂଘ ତରଫରୁ ଆନ୍ଦୋଳନ କରାଯାଇ ଆଗାମୀ ଦିନରେ ବିଲଡର ନ ଶୁଣିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି TGRWA ର କର୍ମଜର୍ତ୍ତା ମାନେ ଚେତାଇ ଦେଇଛନ୍ତି