Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ଲୋକସଭା ଆସନ:ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ୩୫.୯୬ ଭାଗ ଭୋଟର୍ ଦୂରେଇ ରହିଲେ ଭୋଟଦାନରୁ

ସମ୍ବଲପୁର:ସମ୍ବଲପୁର ଲୋକସଭା ଆସନରେ ଚଳିତ ନିର୍ବାଚନରେ ମାତ୍ର ୭୬ ପ୍ରତିଶନ ମତଦାନ ପଡିଛି।ଏହି ଲୋକସଭା କ୍ଷେତ୍ରର ଆଠମଲ୍ଲିକ ଓ ଛେଣ୍ଡିପଦାରେ ଯଥାକ୍ରମେ ୮୫.୪୨ ଓ ୮୩.୨୭ ପ୍ରତିଶତ ମତଦାନ କରି ଭୋଟର ଆଗରେ ରହିଥିବା ବେଳେ ପଛରେ ପଡିଛି କିନ୍ତୁ ସମ୍ବଲପୁର ବିଧାନସଭା କ୍ଷେତ୍ର।
ସମ୍ବଲପୁର ବିଧାନସଭା କ୍ଷେତ୍ରରେ ସର୍ବନିମ୍ନ ୬୪.୦୪ ପ୍ରତିଶନ ମତଦାନ ହୋଇଥିବା ବେଳେ ଆଶ୍ଚର୍ଯ୍ୟ ଜନକ ଭାବେ ୩୫.୯୬ ଭାଗ ଭୋଟର ମତଦାନ ଦୂରେଇ ରହିଲେ।ମିଳିଥିବା ସୂଚନା ମତେ କୁଚିଣ୍ଡାରେ ୮୧.୩୮ ମତଦାନ ହୋଇ ତୃତୀୟ ସ୍ଥାନରେ ଥିବା ବେଳେ ତାପଛକୁ ୭୫.୪୦ ପ୍ରତିଶତ ମତଦାନ କରାଇ ରେଢାଖୋଲ ରହିଛି ।୫ମ ସ୍ଥାନରେ ରହିଛି ରେଙ୍ଗାଲି। ଏଠାରେ ୭୪.୯୩ ପ୍ରତିଶତ ମତଦାନ ହୋଇଛି।ଦେବଗଡରେ ୭୧ ପ୍ରତିଶତ ମତଦାନ ପଡିଛି।ତେବେ ଆଠମଲ୍ଲିକ,ଛେଣ୍ଡିପଦା ଠାରେ ଆଶ୍ଚର୍ଯ୍ୟ ଜନକ ମତଦାନ ବଢିଥିବା ବେଳେ ସମ୍ବଲପୁର କ୍ଷେତ୍ରରେ କିନ୍ତୁ ଏହାର ବଡ ବ୍ୟତିକ୍ରମ ଦେଖାଦେଇଛି।
ତେବେ ରାଜ୍ୟରେ ସରିଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଭିତରେ ସମ୍ବଲପୁରରେ ୭୯.୫୦ ପ୍ରତିଶନ ମତଦାନ ୧ ନମ୍ବର ରେ ଥିବା ବେଳେ ଭୁବନେଶ୍ବରରେ ୬୪.୪୯ ପ୍ରତିଶତ ମତଦାନ ହୋଇ ପଛରେ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିଜାରୀ ଧଳ ସୂଚନା ଦେଇଛନ୍ତି।କେନ୍ଦୁଝରରେ ୭୮.୯୭%,ଢେଙ୍କାନାଳରେ ୭୮.୦୧%,କଟକରେ ୭୧.୨୦%,ପୁରୀରେ ୭୫.୪୩ ପ୍ରତିଶତ ମତଦାନ ହୋଇଥିବା ସରକାରୀ ଭାବେ କୁହାଯାଇଛି।