Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ସ୍କର୍ପିଓ ଉପରକୁ ବୋମାମାଡ଼

ଭୁବନେଶ୍ବର: ନିର୍ବାଚନ ଚାଲିଥିବା ବେଳେ ପୂରା ରାଜ୍ୟ ସୁରକ୍ଷା ବଳୟ ମଧ୍ୟରେ ରହିଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତି ଗଳି ପ୍ରତି ବଜାର ଉପରେ ରହିଛି ପୋଲିସର ତୀକ୍ଷ୍ନ ନଜର । ହେଲେ ଏତେ ସୁରକ୍ଷା ପରେ ବି ଭୁବନେଶ୍ବରରେ ବୋମାମାଡ଼ ହୋଇଛି । ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି । ହେଲେ କାହାର କିଛି କ୍ଷତି ହୋଇନାହିଁ ।
ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବରମୁଣ୍ଡା ଅଞ୍ଚଳରେ ଥିବା ସ୍କର୍ପିଓ ଉପରକୁ ବୋମାମାଡ଼ କରି ଫେରାର ହହୋଇ ଯାଇଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାଯାଇଛି । ତେବେ ବୋମାମାଡ଼ ହୋଇଥିବା ଗାଡ଼ିଟି କାହାର ତାହା ଜଣାପଡ଼ିନାହିଁ ।