Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିପିଲିରେ ନିର୍ବାଚନୀ ହିଂସା: ବିଧାୟକ ରୁଦ୍ର ମହାରାଥୀଙ୍କ ଗାଡିକୁ ଆକ୍ରମଣ, ଦୁଇ ବିଜେପି କର୍ମୀ ଗିରଫ

ପିପିଲି: ଚଳିତ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ଗତକାଲି ରାତିରେ ନିମାପଡ଼ାରେ ମଧ୍ୟ ନିର୍ବାଚନୀ ହିଂସା ଦେଖା ଦେଇଛି । ପିପିଲି ବିଧାୟକ ତଥା ବିଜେଡିର ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଗାଡ଼ି ଉପରେ ବିଜେପି କର୍ମୀ କରିଛନ୍ତି ଆକ୍ରମଣ । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ରୁଦ୍ର ମହାରଥୀଙ୍କ ସହ ବିଜେଡିର ବରିଷ୍ଠ ନେତା । ନିମାପଡ଼ା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ପିପିଲି ବିଧାୟକ ରୁଦ୍ର ମହାରଥୀ ତମ୍ପାଲୋ ପଞ୍ଚାୟତରେ ସାଂଗଠନିକ ବୈଠକ ସାରି ଫେରୁଥିବା ବେଳେ ତେରୁଣ୍ଡିଆ ମଠସାହିଠାରେ ତାଙ୍କ ଗାଡି ଉପରେ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଏହି ଆକ୍ରମଣରେ ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ, ଗାଡ଼ି ଡ୍ରାଇଭର ଏବଂ ତାଙ୍କର କେତେ ଜଣ ସମର୍ଥକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ଦୁଇ ଜଣ ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିଛି ।
ଏହା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ନିଜ ଅଞ୍ଚଳ । ତାଙ୍କ ନିର୍ଦ୍ଦେଶରେ ହିଁ ଏହି ଆକ୍ରମଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଲୋକପ୍ରିୟତାକୁ ସହ୍ୟ କରି ନପାରି ପରାଜୟ ଭୟରେ ବିଧାୟିକା ପ୍ରାର୍ଥୀ ଏହି ଆକ୍ରମଣ କରାଇଥିବା ବିଜେଡିର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି ।