Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ମାସ ଯାଏ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟ କର୍ମଚାରୀ; ଲାଗୁ ହେଲା ଏସମା

ଭୁବନେଶ୍ବର: ଏଣିକି ଆଉ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟ କର୍ମଚାରୀ। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନ ଏଥିରେ ଅନ୍ତର୍ଭୁକ୍ତ।

ରବିବାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ନିର୍ଦ୍ଦେଶନାମା ଅନୁସାରେ ୬ମାସ ପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ କର୍ମଚାରୀ ଆନ୍ଦୋଳନ କରିପାରିବେନି। ଏସମା ଲାଗୁ ହୋଇଥିବାରୁ ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରି ପାରିବେ ନାହିଁ। ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ସମେତ ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏସମା ଲାଗୁ ହୋଇଛି।

ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ସମୟରେ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ଜରୁରୀ। ଯଦି ଏହି ସମୟରେ ସ୍ବାସ୍ଥ୍ୟ କର୍ମଚାରୀମାନେ ଛୁଟିରେ ରୁହନ୍ତି କିମ୍ବା ଆନ୍ଦୋଳନ କରନ୍ତି ତେବେ ସମସ୍ୟା ଆହୁରି ଜଟିଳ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନରେ ରାଜ୍ୟର ପ୍ରାୟ ୬୫,୦୦୦ ଫାର୍ମାସିଷ୍ଟ ଓ ଫାର୍ମାସିଷ୍ଟ ଛାତ୍ରଛାତ୍ରୀ ମାନେ ଯୋଗ ଦେବାର ଥିଲା। ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଓଡ଼ିଶା ଫାର୍ମାସିଷ୍ଟ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଫାର୍ମାସିଷ୍ଟ ଆନ୍ଦୋଳନ ଫଳରେ ରାଜ୍ୟର ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍ ହୋଇଯିବାର ଆଶଙ୍କା ଥିଲା। ସେଥିପାଇଁ ସରକାର ଆନ୍ଦୋଳନକୁ ଡରିଯାଇ ରାଜ୍ୟରେ ଏସମା ଲଗାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ