ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାକୁ ନେଇ ବଡ଼ ବୟାନ । ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ମୋଦିଙ୍କ ଦୃଢ଼ୋକ୍ତି । ଏଥର ଓଡ଼ିଶାରେ ବଦଳିବାକୁ ଯାଉଛି ସରକାର । ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ ବୋଲି ପୁଣି ଦୋହରାଇଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି । ରାଜ୍ୟର ପୂରା ବ୍ୟବସ୍ଥାକୁ ଏକ ଗୋଷ୍ଠୀ ନିଜ ଅଧୀନକୁ ନେଇ ଯାଇଛନ୍ତି । ସବୁଠୁ ଚିନ୍ତାର ବିଷୟ ଯେ, ପୂରା ବ୍ୟବସ୍ଥାକୁ ବନ୍ଧକ କରି ରଖାଯାଇଛି । ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ, ଏହା ଓଡ଼ିଶା ଅସ୍ମିତାର ପ୍ରଶ୍ନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।’
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରପୂର ରହିଛି । କିନ୍ତୁ ରାଜ୍ୟର ଲୋକେ ଗରିବ । ଏଥିପାଇଁ ରାଜ୍ୟ ସରକାର ଦାୟୀ । ରାଜ୍ୟବାସୀ ସେମାନଙ୍କ ଅଧିକାର ପାଇବା ଉଚିତ୍ । ଏଥର ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ।
ଆଗକୁ ସେ କହିଛନ୍ତି, ‘ମୁଁ କହିଛି ଜୁନ ୪ ତାରିଖ ଓଡ଼ିଶା ସରକାରଙ୍କ ଏକ୍ସପାରୀ ଡେଟ୍ । ଭୋଟ ଗଣତି ପରେ ବିଜେପି ସରକାରକୁ ଆସିବ । ଜୁନ ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ ।’
ଜାତୀୟ ଗଣମାଧ୍ୟମକୁ ମୋଦିଙ୍କ ବଡ଼ ବୟାନ, ଏଥର ଓଡ଼ିଶାରେ ବଦଳିବ ସରକାର
