Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶାର ଦୁଃଖ:ପେଟ ପୋଷିବାକୁ ଦାଦନ ଖଟିଲା,ଶବ ହୋଇ ଭିଟାମାଟିକୁଫେରିଲା

ସମ୍ବଲପୁର(ଡା.ରାଜାରାମ ଷଡଙ୍ଗୀ):ଓଡିଶାର ଦୁଃଖ ସରିନି।ମେଣ୍ଟିନି ଶୋଷ।ପେଟର ଭୋକ ବିକଳରେ ଦାଦନ ଖଟୁଛନ୍ତି ଗାଁର ଝିଅ ବୋହୂ।ଏଭଳି ଅନେକ ଦୃଷ୍ଟାନ୍ତ ଓଡିଆ ପ୍ରାଣକୁ ଦୋହଲାଇ ଦେଉଥିବା ବେଳେ ସାଢେ ୪ କୋଟି ଲୋକ ମୋର ବୋଲି ସରକାର ଡିଣ୍ଡିମି ପିଟିବା କମିନି।କିମ୍ବା ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଥିଲେ ସୁଦ୍ଧା ସରକାର ସେହି ପରିବାର ଦୁଃଖ ବୁଝିନିକି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ପରିବାରକୁ ନ୍ୟାୟ ଦେବାରେ ସରକାର ସକ୍ଷମ ହୋଇ ପାରୁନି।
ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ପଶ୍ଚିମ ଓଡିଶାର ନୂଆଁପଡା ଜିଲ୍ଲାରୁ।ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମ ପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମର ଜୟ ସିଂ ପଟେଲଙ୍କ ପରିବାରର ଏହି ଘଟଣାକ୍ରମର ବାସ୍ତବ ଚିତ୍ର।ନିଜ ଦୁଇ ଝିଅ ଏବଂ ପତ୍ନୀଙ୍କୁ ନେଇ ଶୁଖର ସଂସାର ଗଢି ଚାଲିଥିଲା। ଝାଡି ମାଟିର ନଡା ଛପର ଛାତ ତଳେ ମୁଣ୍ଡ ଗୁଞ୍ଜିଥିଲେ ମଧ୍ୟ କାହାର ନଜର ପଡିନି ଏହି ପରିବାର ଉପରେ।ମିଳିନି ପକ୍କା ଘର।ମିଳିନି ରାସନ। ସ୍ବାସ୍ଥ୍ୟ ସମସ୍ୟା ସହିତ ପରିବାର ପ୍ରତିପୋଷଣରେ ଆର୍ଥିକ ଅଭାବ ଏବଂ ଅନାଟନ ଦେଖା ଘାରିଲା ଏହି ପରିବାରକୁ।ଫଳରେ ମାଁ ପୋଡ଼ା ବାଈ ପଟେଲ ଏବଂ ବଡ ଝିଅ ଗୋମତୀ ପଟେଲ ତାଙ୍କ ସାନ ଝିଅ ସଙ୍ଗୀତା ପଟେଲ କୁ ନେଇ ରାଜ୍ୟ ବାହାର କୁ ଦାଦନ ଶ୍ରମିକ ରୂପେ ଆନ୍ଧ୍ରପ୍ରଦେଶ ଯାଇଥିଲେ। ଦାଦନ ଖଟି ପେଟ ପାଟଣା କରୁଥିଲେ।ପେଟକୁ ଦାନା ଓ ଦେହକୁ ଖଣ୍ଡିଏ କନା ଦେଉଥିବା କର୍ମସ୍ଥଳି କିନ୍ତୁ ସାହା ହେଲାଣି ଜଣକୁ।କାମ କରୁଥିବା ସ୍ଥାନ ରେ ମାଁ ଝିଅ ତିନି ପ୍ରାଣୀ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡା ଥିଲା। ସାପକୁ ପରିବାର ଲୋକ ଦେଖି ସାପକୁ ମାରିବି ଦେଇଥିଲେ। ଏହି ସମୟରେ ହଠାତ ସାନ ଝିଅ ସଙ୍ଗୀତା ଙ୍କ ମୁହଁ ରୁ ଫେଣ ବାହାରିବା ଦେଖି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ।ସେଠାରେ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଚିକିତ୍ସାରେ ବିଳମ୍ଭ ହେବା କାରଣରୁ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ବର୍ତ୍ତମାନ ସମୟରେ ସାପ କାମୁଡିବା ମାତ୍ରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବା ଅନିବାର୍ଯ୍ୟ ଅଟେ। କିନ୍ତୁ ଚିକିତ୍ସା ରେ କାହିଁକି ବିଳମ୍ୱ ହେଲା ଓ ଅକାଳରେ ଜଣେ କିଶୋରୀ ବାଳିକାର ଜୀବନ ଚାଲିଯିବା ସମାଜ ପାଇଁ ଭିନ୍ନ ବାର୍ତ୍ତା ଦେଉଛି। ରୋଜଗାର କରି ପରିବାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ସପନ ମଉଳି ଯାଇଛି ଏହି ପରିବାରର। ପେଟ ପାଟଣା ପାଇଁ ଓଡିଶାରୁ ଆନ୍ଧ୍ରପଦେଶ ଦାଦନ ଖଟିବାକୁ ଯାଇ ଶେଷରେ ଶବ ହୋଇ ଗାଁକୁ ଫେରିବା ଦୃଶ୍ୟ ଓ ଜନ ଆଲୋଚନା ଓଡିଶାର ଅସଲ ଗୌରବ ଓ ଗାରିମାରେ କଳାର କଳଙ୍କ ବୋଲିଛି।ମାଁ ଓ ଦୁଇ ଝିଅ ରାଜ୍ୟ ବାହାରେ କାମ କରିବା ବଦଳ ରେ ଗୋଟିଏ ଝିଅର ମୃତ ଶବ ଗାଁରେ ଶେଷକୃତ୍ୟ ସଂପନ୍ନ ହେବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି ନୂଆଁପଡାରେ।
କାମ ଅଭାବରେ କେବଳ ଗରୀବ କି ନିରକ୍ଷର କାହିଁକି? ଯୁବ ଶିକ୍ଷିତ ବୈଷୟିକ ଧାରୀ ମାନେ ମଧ୍ୟ ଓଡିଶାରେ କାମ ନପାଇ ବିଭିନ୍ନ ରାଜ୍ୟରେ ପରିବାର ସଂପର୍କ ଛାଡି ରୋଜଗାର କ୍ଷମ ହେବାକୁ କମ୍ ବେତନ ହେଲେବି ଖଟିବାକୁ ବାଧ୍ୟ ହେଉଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ