ଭୂକମ୍ପ ଝଟକାରେ ଥରିଲା ମିଆଁମାର, ମେଘାଳୟରେ ବି ପ୍ରଭାବିତ


ଗୌହାଟୀ: ମିଆଁମାରରେ ବଡ଼ ଧରଣର ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ଏହାର ପ୍ରଭାବ ମେଘାଲୟରେ ମଧ୍ୟ ଦେଖିବାକୁ ମିଳିଛି ।
ସନ୍ଧ୍ୟା ପ୍ରାୟ ୬.୪୪ ମିନିଟରେ ମେଘାଳୟର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି । ଗୌହାଟୀ ଓ ମେଘାଳୟର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ଥିବା ଜଣାପଡ଼ିଛି । ଏହାର କେନ୍ଦ୍ର ସ୍ଥଳ ଶିଲଂଠାରୁ ୧୦ କିମି ଦୂରରେ ରହିଥିଲା । ଏହା ଭୂଷ୍ଠରୁ ୧୧୦ କିମି ଗଭୀରତାରେ ସୃଷ୍ଟି ହୋଇଥିଲା ।
ଅନେକ ଲୋକ ଝଟକା ଅନୁଭବ କରିଛନ୍ତି । ଝଟକା ପରେ ଲୋକମାନେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ । ତେବେ ଏଯାଏଁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ ।