Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଲିମସାରିଏନ ଯୁବ ସଚେତନତା ସଂଘ ପକ୍ଷରୁ ସନ୍ଦ୍ୟା କାଳିନ ରକ୍ତଦାନ ଶିବିର

ସମ୍ବଲପୁର:ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ରହିଛି ଘୋର ଅଭାବ।ଏହାକୁ କିଛି କାଂଶରେ ପୂରଣ କରିବା ପାଇଁ ସନ୍ଦ୍ୟା କାଳିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ମାଁ ଲିମସାରିଏନ ଯୁବ ସଚେତନତା ସଂଘ ତରଫରୁ ବୁର୍ଲା ରକ୍ତଭଣ୍ଡାରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲାl ପ୍ରବଳ ଉତ୍ତାପ ସତ୍ତ୍ୱେ ସଂଘର ବହୁ କର୍ମକର୍ତ୍ତା ଓ ସାମଜିକ ଧର୍ମୀ ରକ୍ତଦାନ କରିଥିଲେ।ନିୟମିତ ରକ୍ତ ନେଉଥିବା ଥାଲ୍ଲାସେମିଆ ଏବଂ ସିକିଲ ସେଲ ରୋଗୀ ମାନଙ୍କୁ ମଧ୍ୟ ରକ୍ତ ମିଳି ପାରୁନଥିବାରୁ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହି ସଂଘ ନିଜର ପରାକାଷ୍ଠା ପ୍ରଦର୍ଶନ କରି ୩୦ ୟୁନିଟ୍ ରୁ ଅଧିକ ରକ୍ତଦାନ କରିଥିଲେ।ବର୍ତ୍ତମାନ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ପଲ୍ଲୀରୁ ସହର ଯାଏ ଥିବା ବିଭିନ୍ନ ଅନୁଷ୍ଠାନ ଗୁଡିକ ଏଭଳି ରକ୍ତଦାନ ଶିବିର ଆୟୋଜନ କରି ରକ୍ତର ଅଭାବ ପରିସ୍ଥିତିରେ ସହଯୋଗର ହାତ ବଢାଇବାକୁ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ଓ ଉଦ୍ୟୋକ୍ତା ମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି lମାଁ ଲିମସାରିଏନ ଯୁବ ସଚେତନତା ସଂଘର ସମସ୍ତ କର୍ମକର୍ତ୍ତା ଓ ସମାଜସେବୀ ମାନଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ସାଧୁବାଦ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ