Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଷାକ ବଣ୍ଟନ ସୂଚନା ରେ ଅନିୟମିତତା ଅଭିଯୋଗ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସମନ୍ୱିତ ଶିଶୁ ବିକାଶ ଏବଂ ମିଶନ ଶକ୍ତି ତରଫରୁ ନବମ ଓ ଦଶମ ଶ୍ରେଣୀ ପାଇଁ ସାରା ବ୍ଲକ ଲାଗି ପୋଷାକ ବଣ୍ଟନରେ ଗତକାଲି ୨୯ ତାରିଖ ଦିନ ଯେଉଁ ନୋଟିସ ଜାରି କରାଯାଇଛି ସେଥିରେ ଅନିୟମିତତା ହୋଇଥିବା ନେଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଆଜି ରହିଥିବା ଶେଷ ତାରିଖ କୁ ସାମୟିକ ଭାବେ ସ୍ଥଗିତ କରାଯାଇଥିବା ନେଇ ସିଡ଼ିପିଓ ମମତା ପଟେଲ ପ୍ରକାଶ ଯୋଗାଯୋଗ ପଚାରିବାରୁ ସେ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ବ୍ଲକର ୨୧ ଗୋଟି ପଞ୍ଚାୟତ ରେ ଥିବା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ୯ମ ଏବଂ ୧୦ମ ଶ୍ରେଣୀର ଛାତ୍ରିଛାତ୍ରଙ୍କ ପାଇଁ ସ୍କୁଲ ପୋଷାକ ଯୋଗାଣ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରାବଧାନ ରହିଛି। ତେବେ ବ୍ଲକ ଶିକ୍ଷା ବିଭାଗ, ସମନ୍ୱିତ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ଏବଂ ବ୍ଲକ ପ୍ରଶାସନ ଅଧିକାରୀଙ୍କ ଦାୟିତ୍ଵ ହୀନତା କାର୍ଯ୍ୟ ଯୋଗୁଁ ଗତକାଲି ୨୯ତାରିଖ ଦିନ ନୋଟିସ ଜାରି କରି ଆଗ୍ରହୀ ଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ପକ୍ଷରୁ ଆଜି ୩୦ ତାରିଖ ସୁଦ୍ଧା କାଗଜପତ୍ର ଜମା କରିବାର ଶେଷ ତାରିଖ ଥିବା ଯୋଗୁଁ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଧିକାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି। ଏଭଳି ତରବରିଆ ଭାବେ ନୋଟିସ ହୋଇଥିବା ଯୋଗୁଁ ଆଗ୍ରହୀ ଥିବା ବହୁ ଆଶାୟୀ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପୋଷାକ ଯୋଗାନରୁ ବଞ୍ଚିତ ହୋଇଛନ୍ତି। ତେବେ ଏଭଳି ଦାୟିତ୍ଵହିନ କାର୍ଯ୍ୟକୁ ନାପସନ୍ଦ କରି ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଆଉ ୧୦ ଦିନ ସମୟ ଦେବା ପାଇଁ ଦାବି ହୋଇଛି। ବ୍ଲକ ଶିକ୍ଷା ବିଭାଗ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାଏକଙ୍କୁ ପଚାରିବାରୁ ଗତ ୨୨ ତାରିଖରୁ ମିଶନ ଶକ୍ତି ଦାୟିତ୍ୱରେ ଥିବା ଚୂଡ଼ାମଣି ପ୍ରଧାନଙ୍କୁ ଚିଠି କରାଯାଇଥିବା ବେଳେ ଶ୍ରୀ ପ୍ରଧାନ ଇଲେକ୍ସନ ଡିଉଟିରେ ଯାଇଥିବାରୁ ନୋଟିସ ପାଇଁ ଗତକାଲି ୨୯ ତାରିଖ ଦିନ ସିଦିପିଓ ଙ୍କ ଦସ୍ତଖତ କରାଯାଇ ନୋଟିସ କରାଯାଇଛି ବୋଲି କହିଥିଲେ। ଅନ୍ୟପଟେ ସିଡିପିଓ ମମତା ପଟେଲ ନୋଟିସ କୁ ଭଲ ଭାବରେ ନଦେଖି ଦସ୍ତଖତ କରିଦେଇଛି ବୋଲି କହିଥିଲେ। ତା ସହିତ ସାମୟିକ ଭାବେ ଆଜି ୩୦ତାରିଖ କୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଶିକ୍ଷା ଅଧିକାରୀଙ୍କୁ କହିବି ବୋଲି କହିଥିଲେ।
ଏସଂକ୍ରାନ୍ତରେ ବିଡ଼ିଓ ରୀନା ନାଏକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ତଦନ୍ତ କରିବେ ବୋଲି କହିଥିଲେ।