Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ତମାଖୁ ମୁକ୍ତ ଦିବସ

ସମ୍ବଲପୁର: ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୂତା ପଡ଼ା ଠାରେ ଆଜି ବିଶ୍ଵ ତମାଖୁ ମୁକ୍ତ ଦିବସ ପାଳନ କରାଯାଇ ଥିଲା। ଏହି ବର୍ଷ ର ଶୀର୍ଷକ ତମାଖୁମୁକ୍ତ ଶୈଶବ କୁ ନେଇ ଏକ ସଚେତନତା ସୃଷ୍ଟି କରିପାରିବା ଏବଂ ଶିଶୁ ମାନଙ୍କୁ ଏହାର ବ୍ୟବହାର ତଥା ଏହାର କାରବାର ରୁ ରକ୍ଷା କରିବା ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହାର ବ୍ୟବହାର ଦ୍ଵାରା ଶରୀର ପାଇଁ କିପରି କ୍ଷତିକାରକ ଅଟେ ତଥା ଅନ୍ୟ ସଂକ୍ରମଣ ମାନ ହୋଇଥାଏ ସେ ବିଷୟରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ନିଜକୁ ତଥା ପରିବାରକୁ ରକ୍ଷା କରିବା ପାଇଁ ଏହାର ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ଏକ ସଚେତନତା ମୂଳକ ପ୍ରତିଜ୍ଞା ନିଆଯାଇଥିଲା ଯେ ଆଗକୁ ଏହାର ବ୍ୟବହାର ନିଜେ ତଥା ପରିବାର ଅନ୍ୟ ସଦସ୍ୟ ମାନେ କରିବେ ନାହିଁ।ଆଜିର ଦିବସରେ ଅତିଥି ଭାବରେ ହେଲ୍ଥ ମ୍ୟାନେଜର ସରିତା ଶର୍ମା ଯୋଗଦାନ କରିଥିଲେ, ସଭା କୁ ଆରୋଗ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ସଞ୍ଜୀବ ପ୍ରଧାନ ପରିଚାଳନା କରିଥଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ