Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଶ୍ଚିମବଙ୍ଗ ଏକଜିଟ୍ ପୋଲ; ମମତା ଦିଦିଙ୍କ ସହ ହୋଇଗଲା ‘ଖେଲା’, ବିଜେପି @30

କୋଲକାତା: ଗତକାଲି ବିଭିନ୍ନ ଜାତୀୟ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ବିଜେପି ମେଣ୍ଟ ଏନଡିଏ ପୁଣି ଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ଯାଉଛି । ତେବେ ପଶ୍ଚିମବଙ୍ଗ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଆସିଛି । ସବୁ ବେଳେ ଖେଲା ହୋବେ, ଖେଲା ହୋବେ କହୁଥିବା ବିଜେପି ଏଥର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସହ ଖେଲା କରି ଦେଇଛି । ଏକଜିଟ ପୋଲ ରିପୋର୍ଟ ଅନୁସାରେ ରାଜ୍ୟର ମୋଟ ୪୨ ଲୋକସଭା ଆସନରୁ ବିଜେପି ଏଠାରେ ୨୬ରୁ ୩୧ ଆସନ ଜିତିପାରେ । ଯାହାକି ବିରୋଧୀ ଇଣ୍ଡିଆ ମେଣ୍ଟ ସହିତ ଟିଏମସି ପାଇଁ ବଡ ଝଟକା ବୋଲି କୁହାଯାଉଛି ।

ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆର ଆକଳନ ମୁତାବକ, ପଶ୍ଚିମବଙ୍ଗରେ ଏଥର ବିଜେପି ୨୬ରୁ ୩୧ ଆସନ ଜିତିପାରେ, ଅନ୍ୟପଟେ ଟିଏମସିକୁ ଏଥର ୧୧ରୁ ୧୪ ଆସନ ମିଳିପାରେ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ, ଇଣ୍ଡିଆ ମେଣ୍ଟ ସେଠାରେ ମାତ୍ର ୨ଟି ସିଟ୍ ଜିତିପାରେ ବୋଲି ଅନୁମାନ କରିଛି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ସର୍ଭେ ସଂସ୍ଥା ।

ଅନ୍ୟପଟେ ଭୋଟ୍ ପ୍ରତିଶତ କଥା ଯଦି କହିବା, ପଶ୍ଚିମବଙ୍ଗରେ ବିଜେପିକୁ ୪୬ ପ୍ରତିଶତ ଭୋଟ୍ ମିଳିପାରେ । ସେହିପରି ଟିଏମସିକୁ ୪୦ ପ୍ରତିଶତ, ଇଣ୍ଡିଆ ମେଣ୍ଟକୁ ୧୨ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ଆକଳନ କରାଯାଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତୃଣମୂଳ କଂଗ୍ରେସର ଗଡ ରହିଆସିଥିବା ଦକ୍ଷିଣ ବେଙ୍ଗଲରେ ବିଜେପି ଏଥର ଭଲ ପ୍ରଦର୍ଶନ କରିପାରେ । କାହିଁକି ନା, ଦକ୍ଷିଣ ବେଙ୍ଗଲରେ ବିଜୟ ହାସଲ କଲେ ହିଁ, ବିଜେପି ଏତେ ସିଟ୍ ଜିତିବା ସମ୍ଭବ ହେବ । ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପି ନେତାଙ୍କ କହିବା ମୁତାବକ, ବିଜେପିକୁ ଏଠାରେ ୨୯ ସିଟ୍ ମିଳିବ ।