Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗତ କଲ୍ୟାଣ ଯାତ୍ରା ଆରମ୍ଭ:ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର

ସମ୍ବଲପୁର:ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ପ୍ରତି ବର୍ଷ ଗ୍ରୀଷ୍ମ ଋତୁ ଅବସରରେ ରକ୍ତର ଅଭାବକୁ ଧ୍ୟାନରେ ରଖି ରକ୍ତଦାନ ଶିବିର ଆୟୋଜିତ ହେଉଥିବା କ୍ରମରେ ରାବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଶୀତଳଷଷ୍ଠୀର ଅନ୍ୟ ନାମ ହେଉଛି ଜଗତ କଲ୍ୟାଣ ଯାତ୍ରା। ଜଗତ କଲ୍ୟାଣ ଉଦ୍ଦେଶ୍ୟ ନେଇ ବଂ ବରାଡ ବାଲୁଙ୍କେଶ୍ୱର ବାବା ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଆୟୋଜିତ ହେଉଥିବା ବେଳେ ଏହି ଭବ୍ୟ ଧାର୍ମିକ ଉତ୍ସବକୁ ଶହ ଶହ ବର୍ଷ ଧରି ପିଢ଼ି ପରେ ପିଢ଼ି ଧରି ଜାରି ରଖିଛନ୍ତି। ଏବେ ରକ୍ତର ଅଭାବକୁ ଧ୍ୟାନରେ ରଖି କମିଟି ଓ ସଂଘର ସଦସ୍ୟ ମାନେ ଏହି ଶିବିରର ଆୟୋଜନ କରିଥିଲେ। ଆଗାମୀ ଦିନରେ ରକ୍ତଦାନ ସହିତ ଅନ୍ୟ ମାନବୀୟ ସେବା କରାଯିବ ବୋଲି ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ