Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁସ୍ଥ ହେବା ପରେ ଅସହାୟଙ୍କୁଘରେ ଛାଡିଲେ ସମାଜସେବୀ

ସମ୍ବଲପୁର(ବୁର୍ଲା):ଭିମସାରରେ ଚିକିତ୍ସା ହେଉଥିବା ଜଣେ ଅସହାୟ ରୋଗୀଙ୍କୁ ନିଜ ଘର ବେଲପାହାଡକୁ ପହଞ୍ଚାଇବାରେ ସହଯୋଗର ହାତ ବଢିଛି।ସୂଚନା ଅନୁସାରେ ଗତ ୨୩ ମାର୍ଚରୁ ବୁର୍ଲା ଭୀମସାର ମେଡିକାଲ ରେ ଅସ୍ତିଶଲ୍ୟ ବିଭାଗରେ ବେଲପାହାଡ ଗରିଖାଇ ଅଞ୍ଚଳର ମନବୋଧ ଖରସେଲ ନାମକ ୭୦ବର୍ଷୀୟ ବୃଦ୍ଧ ଚିକିତ୍ସିତ ହେଉଥିଲେ l ତେବେ ଆଜି ସେ ସୁସ୍ଥ ହେବା ପରେ ନିଜ ଘରକୁ ଫେରିବା ପାଇଁ ଆବଶ୍ୟକ ସୁବିଧା ପାଇଁ ଭୀମସାର ମେଡିକାଲ ର ଅଧିକ୍ଷକ ଙ୍କୁ ଅନୁରୋଧ କରିଥିଲେ l ପରେ ଭୀମସାର ମେଡିକାଲ ଅଧିକ୍ଷକ ଜିଲ୍ଲା ପ୍ରଶାସନ କୁ ଏ ବାବଦ ନେଇ ଜଣାଇବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରେଡ଼କ୍ରସ ପୃଷ୍ଠପୋଷକ ନିହଲା ସିଂ ଙ୍କୁ ଏନେଇ ଆବଶ୍ୟକ ସୁବିଧା କରିବା ନେଇ କହିଥିଲେ l ପରେ ନିହାଲ ସୁସ୍ଥ ହୋଇଥିବା ରୋଗୀଙ୍କୁ ବୁର୍ଲାରୁ ବେଲପାହାଡକୁ ପହଞ୍ଚା ବାପାଇଁ ସବୁ ସୁବିଧା କରିଥିଲେ l ଏହି ରୋଗୀଙ୍କୁ ନିଜ ଘରକୁ ପହଞ୍ଚାଇବା କାର୍ଯ୍ୟରେ ଡାକ୍ତର ବୀରେନ୍ଦ୍ର ନାୟକ, ଛତ୍ରପତି ଡ଼କ୍ଟର ଦୀପକ ପାଣ୍ଡେ, ସମାଜସେବୀ ମହମ୍ମଦ ନବାବ ପ୍ରମୁଖ ସହଯୋଗ କରିଥିବା ବେଳେ ରେଡ଼କ୍ରସ ଭାଇସ ପେଟ୍ରୋନ ମମିନା ଖାତୁନ ରୋଗୀଙ୍କୁ ତାଙ୍କ ଘର ବେଲପାହାଡ ଠାରେ ଛାଡି ଆସିଥିଲେ।