Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ପାଇଁ ଏହି ବୈଠକରେ ଆଲୋଚନା ହେବ। ଆଜି ଅପରାହ୍ଣ ୫ଟାରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ରଥ ଅନୁକୂଳ ନେଇ ନୀତି ର୍ନିଘଣ୍ଟ କରାଯିବ ।

ଆସନ୍ତା ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଉତ୍ସବ । ଯାତ୍ରା ନୀତି କିପରି ଶୃଙ୍ଖଳିତ ଭାବେ ଶେଷ ହେବ ତାହା ଉପରେ ଆଲୋଚନା କରାଯିବ। ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବୈଠକରେ ହେବ ଆଲୋଚନା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ