Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖରାରେ ସିଝୁଛି ସାରା ରାଜ୍ୟ; ୪ ଦିନ ଯାଏ ନିସ୍ତାର ନାହିଁ

ନୂଆଦିଲ୍ଲୀ: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ଜନଜୀବନ। ଅନ୍ୟପଟେ ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ରାଜ୍ୟଗୁଡିକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଓଡ଼ିଶା, ସିକ୍କିମ୍, ଝାଡଖଣ୍ଡ, ଉତ୍ତରପ୍ରଦେଶକୁ ମଧ୍ୟ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବାଦ ହିଟ୍ ଓ୍ବେଭ୍ ତାଲିକାରେ ହରିଆଣା ଏବଂ ପଞ୍ଜବ ମଧ୍ୟ ରହିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଆସନ୍ତା ଚାରି ଦିନ ପାଇଁ ପୂର୍ବ ଭାରତର କିଛି ଅଂଶରେ ଏବଂ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ସୋମବାର ପାଣିପାଗ ବିଭାଗ କହିଛି। ସିକ୍କିମ୍, ଓଡିଶା ଏବଂ ଝାଡଖଣ୍ଡରେ ମଧ୍ୟ ଉତ୍ତାପ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ଜାରି ରହିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ